ଗଜପତି ଆଥେଲେଟ୍କୁ ମଣିପୁର ରାଜ୍ୟ ଜାତୀୟ ପ୍ରତିଯୋଗିତାରେ ଦୁଇ ରୈପ୍ୟ ପଦକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡିର ପ୍ରତିଭାବାନ କ୍ରୀଡାବିତ୍ତ ତଥା ଆଥେଲେଟ କିଶୋରଚନ୍ଦ୍ର ରଥ ମଣିପୁର ରାଜ୍ୟର ଇମ୍ଫାଲ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ମାଷ୍ଟର ଆଥେଲେଟିକ୍ ପ୍ରତିଯୋଗିତାରେ ଦୁଇଗୋଟି ରୈପ୍ୟ ପଦକ ହାସଲ କରି ଜିଲାର ଗୌରବ ବୃଦ୍ଧି କରିଛନ୍ତି । ଏହି ପ୍ରତିଯୋଗିତା ଫେବୃୟାରୀ ୯ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବାବେଳେ ଏଥିରେ ଓଡିଶାର ୨୪ଜଣ ଖେଳାଳୀ ଯୋଗଦେଇଛନ୍ତି । ତେବେ ଶ୍ରୀ ରଥ ୧୦୦ମିଟର ଦୈଡରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୈପ୍ୟ ପଦକ ଓ ଲମ୍ବଡିଆଁରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଆଉଏକ ରୈପ୍ୟ ପଦକ ହାସଲ କରିଥିବା ଜଣାପଡିଛି । ଏହି ସଫଳତା ପାଇଁ କାନାଡା ଦେଶର ଟୋରଣ୍ଟ ଠାରେ ଆଗାମୀ ଦିନରେ ଯେଉଁ ବିଶ୍ୱ ମାଷ୍ଟର ଆଥେଲେଟିକ ଚମ୍ପିଆନସିପ ଅନୁଷ୍ଠିତ ହେବ ସେଥିରେ ସେ ଭାଗନେବାପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଜଣେ ସଫଳ କ୍ରୀଡାବିତ୍ତ ଭାବେ ସେ ବହୁ ପଦକ ଏବଂ ଖ୍ୟାତି ଅର୍ଜନ କରିଛନ୍ତି । ଗଜପତି ଜିଲାର ଜଣେ କ୍ରୀଡାବିତ୍ତ ଏକ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନ ଜଣାଯାଇଛି ।


