ଶହୀଦ ପ୍ରସନ୍ନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ, ଶହୀଦ ପ୍ରସନ୍ନ ସାହୁଙ୍କ ପ୍ରତିମୁର୍ତି ଉନ୍ମୋଚନ
ନାଉଗାଁ-:ଜାମ୍ମୁକାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ପାରିଶିଖର ଗ୍ରାମରେ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତିସଭା ଶହୀଦ ପ୍ରସନ୍ନ ସାହୁ ସ୍ମୃତି ପରିଷଦ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଗାଁ ଆରମ୍ଭରେ ଜଳ ସଂପଦ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ଥାନରେ ନିର୍ମିତ ହୋଇଥିବା ପ୍ରତିମୂର୍ତିକୁ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଉନ୍ମୋଚିତ କରିଥିଲେ । ସେହିପରି ଆୟୋଜିତ ସ୍ମୃତି ସଭାରେ ଜଗତସିଂହପୁର ସାଂସଦ ଡା. ମଲ୍ଲିକଙ୍କ ସମେତ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପାରାଦ୍ୱୀପ ପୋର୍ଟର ପୂର୍ବତନ ଟ୍ରଷ୍ଟୀ ପ୍ରତାପ କୁମାର ମିଶ୍ର,ସିଆରପିଏଫ ଡିଏସପି ରାଜୀବ ରଂଜନ ପ୍ରତାପ, ସିଆରପିଏଫ ଏସଆଇ ଆର.ଏନ ସେଠୀ, ଜଗତସିଂହପୁର ଏସଡିପିଓ ପ୍ରିୟ ରଂଜନ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ନାଉଗାଁ ଥାନା ଆଇଅ।।ଇସି ଗୋବର୍ଦ୍ଧନ ସାହୁ ଆଦି ଯୋଗ ଦେଇଥିଲେ । ଶହୀଦ ପ୍ରସନ୍ନଙ୍କ ପାଇଁ ଏହି ପାରିଶିଖର ମାଟି କେବଳ ଆଜି ଗର୍ବିତ ନୁହେଁ ସାର ଭାରତରେ ଜଗତସିଂହପୁର ଜିଲ୍ଲାକୁ ଗର୍ବିତ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ସରକାର ଦେଇଥିବା ପ୍ରତିଶୃତି ଯଥା ଶହୀଦ ପାଠ ପଢୁଥିବା ଗାଁ ବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯିବା ସହିତ ଶହୀଦଙ୍କ ନାମରେ ପାର୍କ ଆଦି ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରତିଶୃତି ଦେଇଥିଲେ । ସେହିପରି ଅତିଥିମାନେ ଶହୀଦଙ୍କ ପରିବାରଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶହୀଦ ପ୍ରସନ୍ନ ସାହୁଙ୍କ ସ୍ମତି ପରିଷଦ ପକ୍ଷରୁ ୩ଦିନ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା,କବି ସମ୍ମିଳନୀ ଓ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରତିଯୋଗୀତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା ।ସେହିପରି ଶହୀଦ ପ୍ରସନ୍ନ ସାହୁଙ୍କ ସ୍ମତିକୁ ଉଜ୍ଜୀବିତ କରିବା ପାଇଁ ନାଉଗାଁ ବ୍ଳକର ବିଭିନ୍ନ ସଂଗଠନ ପକ୍ଷରୁ ନାଉଗାଁ ବଜାରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।


