ବୁଗୁଡ଼ାରେ ଶ୍ରୀ ରାମ ଚରିତ ମାନସ ପରାୟଣ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ତଳ ଓଡ଼ିଆ ସାହି ପକ୍ଷରୁ ଶ୍ରୀ ରାମ ଚରିତ ମାନସ ପରାୟଣ ଗତ ୧୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି।ପ୍ରତିଦିନ ସନ୍ଧ୍ୟାରେ ମଥୁରା ମହନ୍ତ ଶ୍ରୀ ସୁନ୍ଦରରାମ ଦାସଜି ମହାରାଜା ପ୍ରବଚନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ପୂଜା ଓ ଯଜ୍ଞ କାର୍ଯ୍ୟ ବିଡ଼ିପୁରର ଲୋକନାଥ ମିଶ୍ର ଓ ବୁଗୁଡାର ଶିଶିର ମିଶ୍ର ସମାପନ କରୁଛନ୍ତି। ପ୍ରତିଦିନ ଅନ୍ନ ଯଜ୍ଞର ଆୟୋଜନ କରାଯାଇଛି। ୧୫ ତାରିଖ ଦିନ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରବଚନ ଦେଇଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରବଚନ ଶୁଣିବା ପାଇଁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା।


