ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ଳକ ସମ୍ମୁଖରେ ବିକ୍ଷୋଭ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ସମ୍ମୁଖରେ ଶନିବାର ଏସୟୁୃସିଆଇ(କମ୍ୟୁନିଷ୍ଟ) ନାଉଗାଁ ଆଂଚଳିକ ଶାଖା ତରଫରୁ ରନ୍ଧନ ଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଜିଲ୍ଲା ସଂପାଦକ ସୁବାସ ସ୍ୱାଇଁ, ନାଉଗାଁ ଶାଖା ସଂପାଦକ ମହେଶ୍ୱର ଦାସ, ନବକିଶୋର ମହାନ୍ତି, ରଂଜିତ କୁମାର ଜେନା,ବସନ୍ତ ମଲ୍ଲିକ ପ୍ରମୁଖ ସାମିଲ ହୋଇ ଦରଦାମ ବୃଦ୍ଧିର ପ୍ରତିବାଦ କରିବା ସହିତ ବିଡିଓ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ଅହେତୁକ ଭାବେ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରି ଚାଲିଛନ୍ତି । ଯାହାଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କେବଳ ରନ୍ଧନ ଗ୍ୟାସ ନୁହେଁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମଧ୍ୟ ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି । ଅହେତୁକ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରି ଜନଗଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।


