ଅଗ୍ନିବିପନ୍ନ ୨ ପରିବାରକୁ ସହାୟତା ଦେଲେ ବିଧାୟକ

ପୋଲସରା,(ଯୁଗାବ୍ଦ ନ୍ୟୁଜ୍‌): ପୋଲସରା ଏନଏସି ଅନ୍ତର୍ଗତ ଲୁଣିଘାଟିରେ ଅଗ୍ନିକାଣ୍ଡ ଘଟି ଦୁଇ ପାରିବାରର ଘର ଓ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ବେଳେ ପୋଲସରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପୁରୁଷୋତ୍ତମ ନାୟକ ଓ ପ୍ରେମାନନ୍ଦ ନାୟକ ଦୁଇ ପରିବାରର ଘରପୋଡି ଯାଇଥିବା ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରକୁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ।ଏଥି ସହ ସାଥିରେ ଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ କୁମାର ଦାଶଙ୍କୁ ତୁରନ୍ତ ପ୍ରାଥମିକ ସହାୟତା ଯୋଗାଇ ଦେବାକୁ କହିବା ସହ ଫୋନକରି ପୋଲସରା ତହସିଲଦାରଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ କହିଥିଲେ। ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଘରପୋଡି ଓ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ବିଧାୟକ ଭେଟି ସମବେଦନା ପ୍ରକାଶ କରୁଥିବା କାର୍ଯ୍ୟକୁ ବୁଦ୍ଧିଜୀବୀ ବୃନ୍ଦ ପ୍ରଶଂସା କରିଛନ୍ତି।                                        

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ