ଆହାତଙ୍କୁ ଭେଟିଲେ ଶକ୍ତି ମନ୍ତ୍ରୀ

ଭୂବନେଶ୍ୱର: ଗଂଜାମ ଜିଲ୍ଲା   ରଂଗେଇଲୁଣ୍ଡା ଡଙ୍ଗଲପାଡୁ ଗ୍ରାମର ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଲାଗି ବସ ଯାତ୍ରୀ ଗୁରୁତର ଆହାତ ହୋଇ ଏସ୍‌ସିବି ମେଡିକାଲରେ  ଚିକିତ୍ସିତ  ହେଉଥିବା ବେଳେ ଶନିବାର ଶକ୍ତି ,ଶିଳ୍ପ,ଅଣୁ ଯୁଦ୍ର ଓ ମଧ୍ୟମ ଉଦ୍ୟୋଗ ,ଗୃହ ମନ୍ତ୍ରୀ କ୍ୟାପେଟେନ୍ ଦିବ୍ୟ ଶଙ୍କର ମିଶ୍ର   ଏସ୍‌ସିବି ମେଡିକାଲ କଲେଜ ଗ୍ରସ୍ତ କରି ଚିକିତ୍ସିତ ହେଉଥିବା ପରିବାର ସହ ସମସ୍ତ ଭଲ ମନ୍ଦ ପଚାରି ବୁଝିଥିଲେ । ଏଥିସହ  ଚିକିତ୍ସା କରୁଥିବା ଡାକ୍ତର ସରୋଜ କାନ୍ତ ସାହୁ ଙ୍କୁ ଅଧିକ ଚିକିତ୍ସା ର କଣ ଆବଶ୍ୟକତା ରହିଛି ବୋଲି ପଚାରିଥିଲେ ।  ଡାକ୍ତର ଉତ୍ତରରେ କହିଥିଲେ ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ଉପକରଣ ଉପଲବ୍ଧ ଅଛି । ବାହାରକୁ ଯିବା କିଛି ଆବଶ୍ୟକ ନାହିଁ । ଯଦି ଦରକାର ପଡେ ତେବେ ସୁନିଶ୍ଚିତ ଭାବରେ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ରୋଗୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ ।ଏଥିସହ ରାଜ୍ୟ ସରକାରଙ୍କ ତରଫରୁ ଆହାତ ମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାଇଥିଲେ । ମନ୍ତ୍ରୀଙ୍କ ଗସ୍ତରେ ଶକ୍ତି ବିଭାଗ ଶାସନ ସଚିବ ,ଶ୍ରୀ ବିଷ୍ଣୁ ପଦ ସେଠୀ, ସେସୁର ମୁଖ୍ୟ  କାର୍ଯ୍ୟନିର୍ବାହୀ ଅରୁଣ ବୋଥ୍ରା , ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ବିଦ୍ୟୁତ୍ ନିରିକ୍ଷକ ସନ୍ତୋଷ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ