ସରକାରଙ୍କ ମହଙ୍ଗାଭତ୍ତା ଘୋଷଣା ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ୧୯ ଫେବୃୟାରୀ ରାଜ୍ୟବାପୀ ପ୍ରତିବାଦ ବିକ୍ଷୋଭ ପାଇଁ ଆହ୍ୱାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତ୍ତା ଓ ବର୍ଦ୍ଧିତ ଗଚ୍ଛିତ ୬୦%ରୁ ୧୦% ଘୋଷଣା ସାରା ରାଜ୍ୟରେ କାର‌୍ୟ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ଅସନ୍ତୋଷକୁ ଦୃଷ୍ଟିରେ ରଖି ଫେବୃୟାରୀ ୧୯ ତାରିଖ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ସଂଗଠିତ କରିବାକୁ ‘ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି’ ପକ୍ଷରୁ ସଭାପତି ଲିଙ୍ଗରାଜ ମହାନ୍ତି, କାର‌୍ୟ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ଶ୍ରୀମତୀ ସାହୁ, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଏକ ମିଳିତ ବିବୃତ୍ତିରେ ରାଜ୍ୟର କର୍ମଚାରୀମାନଙ୍କୁ ଆହ୍ୱାନ ଦିଆଯାଇଥିବା ବିଷୟ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ମହଙ୍ଗା ଭତ୍ତା ଓ ବର୍ଦ୍ଧିତ ଦରମାର ଗଚ୍ଛିତ ଅର୍ଥର ୧୦% ପ୍ରଦାନ ସମ୍ପର୍କିୟ ସରକାରଙ୍କ ଘୋଷଣା ରାଜ୍ୟର ୩ ଲକ୍ଷ କର୍ମଚାରୀ ଓ ୨ ଲକ୍ଷ ପେନ୍‌ସନଭୋଗୀଙ୍କୁ ହତଚକିତ, ବିବ୍ରତ କରିବା ସହ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ରାଜ୍ୟ ସରକାର ତାଙ୍କର ଘୋଷିତ ନୀତରୁ ଓହରି ୪୦ ବର୍ଷର ପରମ୍ପରାକୁ ଭାଙ୍ଗି ଏବଂ କର୍ମଚାରୀଙ୍କ ବିଶ୍ୱାସ ମୂଳରେ କୁଠାରଘାତ କରି ୬ ମାସର ମହଙ୍ଗା ଭତ୍ତା ପାଇବାରୁ କର୍ମଚାରୀ ଓ ପେନ୍‌ସନଭୋଗୀମାନଙ୍କୁ ବଞô୍ଚତ କରିଛନ୍ତି । ଆହୁରି ଦୁର୍ଭାଗ୍ୟର କଥା ଯେ, ମୂଲ୍ୟସୂଚୀ ସହିତ ମହଙ୍ଗା ଭତ୍ତାର ସମ୍ପର୍କକୁ ଛିନ୍ନ କରି ଏକ ଅନିଶ୍ଚିତ ଅବସ୍ଥା ସୃଷ୍ଟି କରିଛନ୍ତି । ଏହା ଜନସାଧାରଣଙ୍କ ନିକଟରେ ଶାସନତନ୍ତ୍ରର ଅସ୍ଥିରତା ଓ ବିଶ୍ୱାସନୀୟତା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନୁରୂପ ଭାବେ ରାଜ୍ୟ ସରକାର ଏପରି ବର୍ଦ୍ଧିତ ଦରମାର ଗଚ୍ଛିତ ଅର୍ଥର ୬୦%ରୁ ମାତ୍ର ୧୦% ପ୍ରଦାନ କରି ଅବଶିଷ୍ଟ ୫୦% ବିଷୟରେ ନୀରବ ରିହବା ସମ୍ପୂର୍ଣ୍ଣ ଭାବେ ପ୍ରତାରଣାମୂଳକ ତଥା କର୍ମଚାରୀ ବିରୋଧୀ ନୀତିକୁ ସ୍ପଷ୍ଟ କରିଛି । ଗୋଟିଏ ପଟରେ କାର‌୍ୟ୍ୟରତ କର୍ମଚାରୀମାନଙ୍କୁ ନିଯୁକ୍ତିଭିତ୍ତିରେ ଭାଗ ଭାଗ କରି ଆରô୍ଥକ ଶୋଷଣ କରୁଥିବା ବେଳେ ଅନ୍ୟପଟରେ ଅନୁକମ୍ପାମୂଳକ ନିଯୁକ୍ତିରେ ୪ର୍ଥ ଶ୍ରେଣୀ ପଦବୀରେ କଣ୍ଟ୍ରାକଚୁଆଲ ନିଯୁକ୍ତି ନିଷ୍ପତ୍ତି ଅତ୍ୟନ୍ତ ଅମାନବିକ । ରାଜ୍ୟ ସରକାର ଘୋଷିତ ନୀତିରୁ ଓହରି ଯାଇ ସଚିବାଳୟରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ଲାଗୁ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେଉଥିବା ଉଚ୍ଚ ବୈଷୟିକ ତାଲିମପ୍ରାପ୍ତ ପାରା ମେଡ଼ିକାଲ କର୍ମଚାରୀମାନଙ୍କୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତ ଦେବା ନିଷ୍ପତ୍ତି ସରକାରଙ୍କ ଦୋମୁହାଁ ନୀତିର ପରିଚାୟକ ବୋଲି ନେତୃତ୍ୱମାନେ ପ୍ରଶ୍ନ ଉଠାଛନ୍ତି । ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବେ ଚାରିବର୍ଷ ହେବ ସଂଶୋଧିତ ଘରଭଡ଼ା ଭତ୍ତା ପ୍ରଦାନ କରାଗଲା ନାହିଁ । ଅସ୍ଥାୟୀ, ଛଟେଇ ଓ ଆଉଟ୍‌ସୋର୍ସିଂ କର୍ମଚାରୀଭାବେ ବର୍ଷ ବର୍ଷ ଧରି ସ୍ଥାୟୀ କାର‌୍ୟ୍ୟରେ ଅସ୍ଥାୟୀ ଭାବେ କାର‌୍ୟ୍ୟରତ ସମ୍ପୃକ୍ତ ବିଭାଗରେ ଖାଲିଥିବା ସ୍ଥାନରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ନାହିଁ । କଣ୍ଟ୍ରାକ୍‌ଚୁଆଲ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଓ ଘରଭଡ଼ା ଭତ୍ତାରୁ ବଞô୍ଚତ କରି ଅସହ୍ୟ ଆର୍ଥିକ ଯନ୍ତ୍ରଣା ମଧ୍ୟରେ କାର‌୍ୟ୍ୟ କରିବାକୁ ପଡ଼ୁଛି । ୱାର୍କଚାର୍ଜମାନଙ୍କ ସହ ୨୦୦୫ ମସିହା ପରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସ୍ଥିରୀକୃତ ପେନ୍‌ସନରୁ ବଞô୍ଚତ କରାଯାଇଛି । ଏ ସମସ୍ତ ବିଷୟ ଉପରେ କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗଭୀର ଅସନ୍ତୋଷକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ଘୋଷଣା ହୋଇଥିବା ଆଦେଶ ପରିବର୍ତ୍ତନ ଦାବୀରେ ୧୯ ଫେବୃୟାରୀ ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ସଂଗଠିତ କରିବାକୁ କର୍ମଚାରୀ ନେତା ପ୍ରଶାନ୍ତ କୁମାର ମହାନ୍ତି, ମହେଶ ପଟ୍ଟନାୟକ, ସଦାନନ୍ଦ ବେହେରା, କାହ୍ନୁଚରଣ ମଲ୍ଲିକ, ବିଶ୍ୱମୋହନ ମହାପାତ୍ର, ବିକାଶ ଚନ୍ଦ୍ର ମହାପାତ୍ର, ଜ୍ୟୋତ୍ସ୍ନାମୟୀ ଦେଈ, ସୁଜିତ କୁମାର ନାୟକ, ଶାନ୍ତିଲତା ସାହୁ, ଅରୁଣ କୁମାର ବଳିଆରସିଂହ, ସୀତା ଭୋଳ, ବସନ୍ତ କୁମାର ବେହେରା, ସେଫାଳୀ ଦାସ, ରତ୍ନାକର ବେହେରା, ବ୍ରଜବନ୍ଧୁ ପରିଡ଼ା, ଆନ୍ନା ସୋରେଙ୍ଗ, ଅଞ୍ଜଳି ଭୂଇଁ, ରେଣୁକା ମହନ୍ତ, ଶିବପ୍ରସାଦ ବେହେରା, ଅଶିଳ କୁମାର ବ୍ରହ୍ମ ଓ ସହସ୍ରନାମ ପାଠୀ ପ୍ରମୁଖ ନେତୃତ୍ୱମାନେ ରାଜ୍ୟର ସମସ୍ତ କର୍ମଚାରୀ ଭଉଣୀ ଭାଇମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିବା ବେଳେ ସଂଗଠନ ନିର୍ବିଶେଷରେ ରାଜ୍ୟର ସମସ୍ତ କର୍ମଚାରୀ ଓ ଶିକ୍ଷକ ଐକ୍ୟବଦ୍ଧ ଭାବେ ସରକାରଙ୍କ ଉକ୍ତ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ନିବେଦନ କରାଯାଇଛି ବୋଲି ସଭାପତି ଲିଙ୍ଗରାଜ ମହାନ୍ତି ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ