ଗାଡି ନ ପାଇବାରୁ ବସ୍‌ ଅପହରଣ କଲେ ଯୁବକ

ହାଇଦ୍ରାବାଦ୍‌ : ଗାଡି ନ ମିଳିବାରୁ ବସ୍‌ ଅପହରଣ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ରବିବାର ରାତିରେ ଏହି ଘଟଣା ଘଟିଛି । ବିକାରାବାଦର ଜନୈକ ଯୁବକ ତେଲେଙ୍ଗାନା ରାଜ୍ୟ ପରିବହନ ବିଭାଗର ଏକ ବସ୍‌ ନେଇ ଯାତ୍ରା କରିଥିଲେ । ରବିବାର ରାତିରେ ଯୁବକ ଜଣକ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଗନ୍ତବ୍ୟ ସ୍ଥଳ ପାଇଁ କୌଣସି ବସ୍‌ ଉପଲବ୍ଧ ନଥିଲା । ଦୀର୍ଘସମୟ ଅପେକ୍ଷା ପରେ ଗାଡି ନମିଳିବାରୁ ବସ୍‌ଷ୍ଟାଣ୍ଡରେ ରହିଥିବା ଏକ ବସ୍‌ ଅପହରଣ କରି ଯାତ୍ରା ଆରମ୍ଭ କରିଥିଲେ । ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ବସ୍‌ଟିକୁ ଛାଡି ଯୁବକ ଜଣକ ପଳାଇଥିଲେ । ଯୁବକଙ୍କର ପରିଚୟ ମିଳି ସାରିଥିବା ବେଳେ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ