ମିଳିଲାନି ମହାପ୍ରୟାଣ ଗାଡି : ପଟା ରିକ୍ସାରେ ବୁହା ହେଲା ଶବ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଏମ୍କେସିଜି ବଡ ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ୭୦ ବର୍ଷିୟ ବୃଦ୍ଧାଙ୍କ ମୃତଦେହକୁ ମେଡିକାଲ ପରିସରରୁ ପଟା ରିକ୍ସାରେ ନେବା ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମହାପ୍ରଣୟ ଗାଡି ନମିଳିବାରୁ ଏଭଳି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି l ପଟା ରିକ୍ସାରେ ବୃଦ୍ଧାଙ୍କ ସବ ନେବା ଦେଖି ସରକାରଙ୍କ ଯୋଜନା କିପରି କାର୍ଯ୍ୟ କାରି ହେଉଛି ସେନେଇ ସାଧାରଣରେ ଆଲୋଚନା ହେଉଛି । ଖବର ଅନୁଯାୟୀ ଗେଟ ବଜାର ମାଛ ବଜାର ପାଖରେ ଯାଯାବର ଭାବରେ ଦୀର୍ଘ ଦିନଧରି ସନ୍ତୋଷିନୀ ସିଂହ ତାଙ୍କ ଭାଇ ଓ ମା ଚନ୍ଦ୍ରମା ସିଂ ରହି ଆସୁଥିବା ବେଳେ ସୋମବାର ଚନ୍ଦ୍ରମାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା, ତାଙ୍କୁ ପରିବାର ତରଫରୁ ସୋମବାର ଦିନ ବଡ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଚିକିଛା ଚାଲିଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା, ଶବକୁ ରହୁଥିବା ସ୍ଥାନକୁ ନେବା ପାଇଁ ମହାପ୍ରୟାଣ ଗାଡି ନମିଳିବାରୁ ଶେଷରେ ବାଧ୍ୟ ହୋଇ ତାଙ୍କ ଭାଇ ଏକ ଟ୍ରଲି ଭଡା କରି ସେଥିରେ ନିଜର ମାଙ୍କ ମୃତଦେହକୁ ନେଇ ସତ୍କାର କରିବାକୁ ଯାଇଥିବା ବେଳେ ଏପରି ଦୃଶ୍ୟ ଦେଖି ସାଧାରଣରେ ଆଲୋଚନା ହେଉଥିଲ ଯେ ସରକାରଙ୍କ ବହୁ ଵିଧି ଯୋଜନା କାହା ପାଇଁ, ସାଧାରଣ ବେକ୍ତିଙ୍କୁ ଯଦି ମହା ପ୍ରଣୟ ଗାଡି ସହର ରେ ମିଳି ନି ତେବେ ଏତେ ଯୋଜନା କାହା ପାଇଁ । ସମାଜ ସେବି ତଥା ପୂର୍ବତନ କର୍ପୋରେଟର ଆର. ମୁରଲୀ ମୋହନ ସବ ସତ୍କାର କରିବା ପାଇଁ ଆର୍ଥିକ ସାହାଯ୍ୟ ଦେଇ ଥିଲେ


