ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା କବି ଜୟଦେବ ଜୟନ୍ତୀ ପାଳିତ

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ)ଆଜି ପର୍ବାହ୍ନ ଘ.୧୦.୩୦ମି. ସମୟରେ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅକ୍ଷୟ ତୃତୀୟା ଭଳି ପବିତ୍ର ଦିବସରେ ଜିଲ୍ଲା ସ୍ତରୀୟ ଜୟଦେବ ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଜୟଦେବଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ୍ । ଜିଲ୍ଲା ପାଠାଗାରାର ଗ୍ରନ୍ଥାଗାରୀକ ଅମୀୟ କୁମାର ଧଳ ପ୍ରାରମ୍ଭିକ ଭାଷଣ ଦେବା ସହ କବି ଜୟଦେବଙ୍କ ଉପରେ ସମ୍ୟକ ସୁଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଭାରତ ବର୍ଷର ଶେଷ ଶାସ୍ତ୍ରୀୟ ତଥା ପ୍ରଥମ ଆଧୁନିକ କବି ଭାବରେ କବି ଜୟଦେବ ଅଗ୍ରଗଣ୍ୟ ।ସମଗ୍ର ଭାରତ ବର୍ଷର ପ୍ରାତଃ ସ୍ମରଣୀୟ କବି ମାନଙ୍କ ମଧ୍ୟରେ ଉକ୍ରଳୀୟ କବି ଶ୍ରୀ ଜୟଦେବ ନିଃସନ୍ଦେହରେ ଜଣେ ଅପ୍ରତିଦ୍ୱନ୍ଦି କବି । ବହୁ ବିଚାର ବିମର୍ଶ ପରେ ଓଡିଶାର ପ୍ରାଚୀ ନଦୀ ତଟର କେନ୍ଦୁ ବିଲ୍ୱ ଗ୍ରାମ ବର୍ତ୍ତମାନର କେନ୍ଦୁଲୀକୁ କବିଙ୍କ ଜନ୍ମସ୍ଥାନ ଭାବେ ଗ୍ରହଣ କରାଯାଇଛି । ସଂସ୍କୃତରେ ରଚିତ ଶ୍ରୀ ଗୀତ ଗୋବିନ୍ଦ କାବ୍ୟ ତାଙ୍କର ଏକ ଅନାବାଦ୍ୟ କୃତି । ଦ୍ୱାଦଶ ଶତାବ୍ଦୀର ରଚିତ ଏହି କାବ୍ୟଗ୍ରନ୍ଥରେ ରାଧା କୃଷ୍ଣଙ୍କ ଦିବ୍ୟଲୀଳାକୁ ଅତି ଚମକ୍ରାର ଭାବେ ବର୍ଣ୍ଣନା କରିଛନ୍ତି । ଏହାର ସୁଲଳିତ ସୁନ୍ଦର ପଦାବଳୀ କେବଳ ଶ୍ରୀ କ୍ଷେତ୍ରରେ ନୁହେଁ ସମଗ୍ର ବିଶ୍ୱରେ ଆଦୃତ ଲାଭ କରିଛି । ଭାରତର ବହୁ ପ୍ରାଦେଶିକ ଭାଷାରେ ତଥା ଭାରତ ବାହାରେ ବିଦେଶୀ ଭାଷାରେ ଏହି କାବ୍ୟର ଅନୁବାଦ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଶ୍ରୀ ଜୟଦେବଙ୍କ ଉପରେ ମଧ୍ୟ ଅନେକ ଗବେଷକ ଏପର୍ଯ୍ୟନ୍ତ ଗବେଷଣା ଜାରି ରଖିଛନ୍ତି । କହିବାକୁ ଗଲେ ଶ୍ରୀ ଜୟଦେବ ସମଗ୍ର ବିଶ୍ୱରେ ମାନ୍ୟତା ଲାଭ କରିସାରିଛନ୍ତି । ଶେଷରେ ଗୁରୁ ଶିବରାମ ବାରିକଙ୍କ ନିର୍ଦ୍ଦେଶନାରେ କବି ଜୟଦେବଙ୍କ ଗୀତ ଆଧାରରେ ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ