ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦କୁ କ୍ୟାବିନେଟ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶର ମହିଳାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏକ ଐତିହାସିକ ବିଲକୁ  ଅନୁମୋଦନ କରିଛନ୍ତି । ଏହି ବିଲଟି ହେଉଛି ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦ । ଏଥିସହିତ ସରୋଗେସୀ (କୃତ୍ରିମ ଗର୍ଭଧାରଣ) ନିୟାମକ ବିଲ ୨୦୨୦ ସଂସଦରେ ଉପସ୍ଥାପନ କରିବା ଏବଂ ଡାକ୍ତରୀ ପ୍ରକ୍ରିୟାରେ ଗର୍ଭପାତ ସଂଶୋଧନ ବିଲ ୨୦୨୦କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ଏସବୁ ବୈଧାନିକ ପଦକ୍ଷେପ ମହିଳାଙ୍କ ପ୍ରଜନନ ଅଧିକାରକୁ ସୁରକ୍ଷା ଦେବାରେ ଐତିହାସିକ ପଦକ୍ଷେପ ଭାବେ ବିବେଚିତ ହେବ ।ଏହି ବିଲ ସଂସଦରେ ଗୃହୀତ ହେବା ପରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜରିଆରେ ଆଇନ କାର୍ଯ୍ୟକାରୀ ହେବାର ତାରିଖ ଘୋଷଣା କରିବେ । ଏହାପରେ ଏକ ଜାତୀୟ ବୋର୍ଡ ଗଠନ କରାଯିବ ।ଏହି ଜାତୀୟ ବୋର୍ଡ କ୍ଲିନିକରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଚାର ସଂହିତା ପ୍ରସ୍ତୁତ କରିବ ।ଏହାବ୍ୟତୀତ କ୍ଲିନିକ ଓ ବ୍ୟାଙ୍କଗୁଡ଼ିକରେ ଭୌତିକ ଭିତିଭୂମିର ସର୍ବନିମ୍ନ ମାନକ, ପରୀକ୍ଷାଗାର ଓ ନିଦାନ ସରଞ୍ଜାମ ଏବଂ ବିଶେଷଜ୍ଞ ପେସାଦାରଙ୍କ ନିଯୁକ୍ତି ଆଦିର ନୀତିନିୟମ ନିର୍ଦ୍ଧାରଣ କରିବ ।କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତପ୍ରଦେଶଗୁଡ଼ିକ ରାଜ୍ୟ ବୋର୍ଡ ଏବଂ ରାଜ୍ୟ କର୍ତୃପକ୍ଷ ଗଠନ କରିବେ ।କ୍ଲିନିକ ଏବଂ ବ୍ୟାଙ୍କ (କୃତ୍ରିମ ଗର୍ଭଧାରଣ କେନ୍ଦ୍ର) ଗୁଡ଼ିକ ପାଇଁ ଜାତୀୟ ବୋର୍ଡ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନୀତି ଏବଂ ଯୋଜନାଗୁଡ଼ିକୁ ରାଜ୍ୟରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ରାଜ୍ୟ ବୋର୍ଡ ନିକଟରେ ରହିବ । ଏକ କେନ୍ଦ୍ରୀୟ ଡାଟାବେସ ପରିଚାଳନା କରିବା ଏବଂ ଜାତୀୟ ବୋର୍ଡର କାର୍ଯ୍ୟରେ ସହାୟତା ଲାଗି ଏକ ଜାତୀୟ ପଞ୍ଜିକରଣ କର୍ତୃପକ୍ଷ ଗଠନ କରିବା ଲାଗି ବିଲରେ ମଧ୍ୟ ବ୍ୟବସ୍ଥା ରହିଛି । ଲିଙ୍ଗ ନିରୂପଣ, ମାନବ ଭ୍ରୂଣ ଓ ଜନନକୋଷ ବିକ୍ରୟ, ଏପରି ବେଆଇନ କାର୍ଯ୍ୟକଳାପ ପାଇଁ ସଂସ୍ଥା ର‌୍ୟାକେଟ ସଂଗଠନ ଚଳାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ବିଲରେ ପ୍ରସ୍ତାବ ରହିଛି । ଲାଭ ଏହି ଆଇନର ପ୍ରମୁଖ ଲାଭ ହେଉଛି ଏହା ଦେଶରେ ସହାୟକ ଗର୍ଭଧାରଣ ପ୍ରଯୁକ୍ତି ସେବାକୁ ନିୟନ୍ତ୍ରଣ କରିବାରେ ସଫଳ ହେବ । ଫଳରେ ସନ୍ତାନହୀନ ଦମ୍ପତି ଏଆରଟିଏସ କ୍ଷେତ୍ରରେ ଅଧିକ ବିଶ୍ୱସନୀୟ ଓ ସୁନିଶ୍ଚିତ ସେବା ପାଇପାରିବେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ