ହାଟଡିହି-୧୩ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷାଦେଲେ ୨୦୦୬ଜଣ ପରୀକ୍ଷାର୍ଥୀ

ହାଟଡ଼ିହି : ହାଟଡିହି ବ୍ଲକର ୧୩ଟି ପରୀକ୍ଷାକେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଆଜି ବ୍ଲକର ୧୩ଗୋଟି ପରୀକ୍ଷାକେନ୍ଦ୍ରରେ ମୋଟ ୨୦୯୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ୮୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି । ବାଙ୍ଗୋର ପରୀକ୍ଷାକେନ୍ଦ୍ରରେ ୧୩ଜଣ, ବାଲିବରେଇରେ ୧ଜଣ, ବିକେ ହାଇସ୍କୁଲ ସୋସୋ କାନପୁରରେ ୫ଜଣ, ଢ଼େଙ୍କାରେ ୬ଜଣ, ମୁଗୁପୁରରେ ୯ଜଣ, ହାଟଡିହିରେ ୮ଜଣ, ଷଡଙ୍ଗରେ ୯ଜଣ, ଡଅଁରରେ ୨୫ଜଣ ଓ କଳିଗାଁରେ ୨ଜଣ, ମରୈଗାଁରେ ୨ଜଣ, ବଡରମ୍ପାସରେ ୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି । ଆଜି ସମସ୍ତ ପରୀକ୍ଷାକେନ୍ଦ୍ର ଗୁଡିକରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ଆରମ୍ଭ ହେବାର ଦେଢ଼ଘଣ୍ଟା ପୁର୍ବରୁ ପରୀକ୍ଷାକେନ୍ଦ୍ର ଗୁଡିକୁ ହାଟଡିହି ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଇ ପରୀକ୍ଷାକେନ୍ଦ୍ର ମାନଙ୍କରେ ଦିଆଯାଇଥିଲା । ପ୍ରଥମଥର ପାଇଁ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଘଣ୍ଟାକୁ ବାହାରେ ଖୋଲି ରଖିଦେଇ ହଲ ମଧ୍ୟକୁ ଯାଇଥିଲେ । ପ୍ରଥମଥର ପାଇଁ ବ୍ଲକର କନିଷ୍ଠଯନ୍ତ୍ରୀ, ଜିପିଓ ପ୍ରମୁଖ କର୍ମଚାରୀମାନେ ପ୍ରତି ପରୀକ୍ଷା କେନ୍ଦ୍ର ମାନଙ୍କରେ ଅବଜରବର ଭାବେ ନିଯୁକ୍ତି ହୋଇଥିଲେ । ସୋସୋ ଓ ନନ୍ଦିପଦା ଓ ଆନନ୍ଦପୁର ପୁଲିସ ପକ୍ଷରୁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ନିକଟରେ ବ୍ୟାପକ ପୁଲିସ ମୃତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି । ସେହିପରି ହାଟଡିହି ତହସିଲଦାର ଓ ବିଡିଓ ପ୍ରମୁଖ ପରୀକ୍ଷାକେନ୍ଦ୍ର ବୁଲି ତଦାରଖ କରିଛନ୍ତି । ଅତି ସମ୍ବେଦନଶୀଳ ପରୀକ୍ଷାକେନ୍ଦ୍ର ଭାବେ ବଡରମ୍ପାସ ପରୀକ୍ଷାକେନ୍ଦ୍ର ବାହାରେ ୧୪୪ଧାରା ଲାଗୁ କରାଯାଇଥିଲା । ବ୍ଲକର ୧୩ଟି ପରୀକ୍ଷାକେନ୍ଦ୍ର ମଧ୍ୟରୁ ୭ଟି ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇ ପରୀକ୍ଷା ପରିଚାଳନା କରାଯାଇଛି । ଯାହାକୁନେଇ ପରୀକ୍ଷାର୍ôଥଙ୍କ ଭିତରେ ପ୍ରଥମେ ଭୟ ଓ ଆଶଙ୍ଖା ପ୍ରକାଶ ପାଇଥିବାବେଳେ ପରୀକ୍ଷା ପରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପରୀକ୍ଷାର୍ôଥ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ