ଟିଏସ୍‌ଆରଡିଏସ୍ ପକ୍ଷରୁ କାଟାମାଟିଠାରେ ଆନ୍ତଃ-ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଯୋଡା,(ଯୁଗାବ୍ଦ ନୁୂ୍ୟଜ୍‌): ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ପକ୍ଷରୁ ଆଜି ଦେଓଝର ପଞ୍ଚାୟତ ଅନ୍ତର୍ଗତ କାଟାମାଟି ଅଞ୍ଚଳର ଦଳଦିରି ଗ୍ରାମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ନକ୍‌ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଯଥା ଶିବଶଙ୍କର ସ୍ପୋର୍ଟିଂ (ଦଳଦିରି ଗ୍ରାମ), ବିଡିଡି କ୍ଲବ୍ (ମହାଦେବନାସ ଗ୍ରାମ), ହର ହର ମୁର୍ଗା ମହାଦେବ (ମୁର୍ଗାଦେବ ଗ୍ରାମ) ଓ କେଏଲ୍‌ଡି ଷ୍ଟାର କୁଲଦୁମ (କୁଲଦୁମ ଗ୍ରାମ) ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଟାଟା ଷ୍ଟିଲ କାଟାମାଟି ଅପରେସନସ୍ ବିଭାଗ ମୁଖ୍ୟ ଶ୍ରୀ ରାହୁଲ କିଶୋର ଓ ଟିଏସ୍‌ଆରଡିଏସ୍ ଶାଖା ମୁଖ୍ୟ ଶ୍ରୀ ତୁଳସୀଦାସ ଗନଭିର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ କାଟାମାଟି ମୁଖ୍ୟ ଶ୍ରୀ ରାହୁଲ କିଶୋର “ଟୁର୍ଣ୍ଣାମେଣ୍ଟ ପ୍ରତି ପ୍ରବଳ ଉତ୍ସାହ ଦେଖାଇଥିବାରୁ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ଗୁଡ଼ିକ ଆନ୍ତର୍ଜାତୀୟ ସ୍ତରର ଥିଲା ଓ ଏହି ଅଞ୍ଚଳରେ ଅନେକ ଚତ୍ମକାର ଯୁବ ପ୍ରତିଭା ଅଛନ୍ତି” ବୋଲି ମତ ପ୍ରକାଶ କରିଥିଲେ ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇଥିଲା । ଏଥିରୁ ମୁର୍ଗାଦେବ ଓ ମହାଦେବନାସ ଟିମ୍ ଫାଇନାଲ୍‌କୁ ଉନ୍ନୀତ ହେଇଥିଲେ । ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ୍ କରିପାରିନଥିବାରୁ ଫାଇନାଲ୍ ମ୍ୟାଚ୍‌ର ଫଇସଲା ପେନାଲ୍ଟି ସୁଟ୍‌ଆଉଟ୍ ଜରିଆରେ ହୋଇଥିଲା । ଏଥିରେ ମୁର୍ଗାଦେବ ୪-୩ ଗୋଲ୍‌ରେ ମହାଦେବନାସକୁ ହରାଇ ଚମ୍ପିୟାନ୍ ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହି ଟୁର୍ଣ୍ଣାମେଣ୍ଟର ମଜା ନେବା ସହିତ ନିଜ ଦଳର ଉତ୍ସାହ ବଢାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ