ପୁରୀ ଗୁଣୁପୁର ପସେଞ୍ଜର ଟ୍ରେନ ଚଳା ଚଳ ଦାବି

ପୁରୀରୁ ବାଲୁଗାଁ ବ୍ରହ୍ମପୁର ପାଲାସା ନୌପଡା ପାରଳାଖେମୁଣ୍ଡି ଦେଇ ଗୁଣୁପୁର ଯାତାୟତ କରୁଥିବା ଏକ ମାତ୍ର ପସେଞ୍ଜର ଟ୍ରେନ ବନ୍ଦ ଥିବାରୁ ଯାତ୍ରୀ ମନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏହି ଟ୍ରେନଟି ଦୈନିକ ସକାଳୁ ପୁରୀରୁ ବାହାରି ସନ୍ଧ୍ୟା ପରେ ଗୁଣୁପୁର ରେ ପହଂଚୁ ଥିଲା। ସେହିପରି ଅନ୍ୟଏକ ଟ୍ରେନ ଗୁଣୁପୁରରୁ ସକାଳୁ ବାହାରି ସନ୍ଧ୍ୟାରେ ପୁରୀରେ ପହଂଚୁ ଥିଲା। ଉକ୍ତ ଦୁଇଟି ଟ୍ରେନ ଉପରେ ଗୁଣୁପୁର ପାରଳାଖେମୁଣ୍ଡି ସମେତ ଆନ୍ଧ୍ର ଓଡିଶା ସୀମାନ୍ତବର୍ତୀ ଅଂଚଳ ଗୁଡିକର ସତାଧିକ ଗ୍ରାମବାସୀ ନିର୍ଭର କରୁଥିଲେ। ବାତ୍ୟା ଫନି ପରଠୁ ଉକ୍ତ ଟ୍ରେନ ଦୁଇଟି ଚଳା ଚଳ ବନ୍ଦ ରହିଛି। ସମାୟାନୁସାରେ ପୁରୀରୁ ପ୍ରାୟ ସମସ୍ତ ଟ୍ରେନ ଚଳା ଚଳ ହୋଇ ସାରିଥିଲେ ମଧ୍ୟ ପୁରୀ-ଗୁଣୁପୁର ଓ ଗୁଣୁପୁର-ପୁରୀ ଉଭୟ ପଟୁ ବନ୍ଦ ରହି ଥିବାରୁ ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ