ବ୍ଲକ ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ

ନାଉଗାଁ: ବର୍ତମାନ ସମାଜରେ ଚଳିବା କଷ୍ଟକର ହୋଇପଡିଛି । ଯାହାର କାରଣ ପରିବେଶ ପ୍ରଦୂଷଣ । ପରିବେଶ ପ୍ରଦୂଷଣ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବର୍ତମାନ ସମୟରେ ମୁଖ୍ୟ ସମସ୍ୟା ପାଲଟିଛି । ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଯୁବ ସମାଜର ପ୍ରମୁଖ ଭୂମିକା ରହିଛି । ନାଉଗାଁ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଅଗ୍ରଗାମୀ ପରିଷଦ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ, ଜଗତସିଂହପୁରଙ୍କ ସହଯୋଗରେ ବ୍ଲକଛକ ସ୍ଥିତ ଗ୍ରିନ୍ ଫିଉଚ୍ୟୁର ଲର୍ଣ୍ଣିଙ୍ଗ ସେଂଟର ପରିସରରେ ପ୍ଲାଷ୍ଟିକ୍ ମୁକ୍ତ ଭାରତ ପ୍ରସଙ୍ଗକୁ ନେଇ ଏକ ବ୍ଲକସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଶିକ୍ଷକ ତ୍ରୀଲୋଚନ ପାଢୀଙ୍କ ସଭାପତିତ୍ୱରେ ସମ୍ମାନୀତ ଅତିଥି ଭାବରେ ଓଷ୍ଟାର ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତି, ସୁକାନ୍ତ କୁମାର ଲେଙ୍କା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଚରଣ ପଣ୍ଡା, ଓଷ୍ଟାର ନାଉଗାଁ ବ୍ଲକ ସମ୍ପାଦକ ହିମାଂଶୁ କୁମାର ମହାନ୍ତି, ଅକ୍ଷୟ କୁମାର ରାଉତ, ବସନ୍ତ କୁମାର ଦାସ, ଆକାଶବାଣୀ ରେଡିଓର ଉପସ୍ଥାପକ ରବି ନାରାୟଣ ଷଡଙ୍ଗୀ ଉପସ୍ଥିତ ଥିଲେ । ବର୍ତମାନ ସମୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ପଦାର୍ଥକୁ ବର୍ଜନ କରିବା ସହ ଏକରୁ ଅଧିକ ଥର ବ୍ୟବହାର କରାଯାଇ ପାରିବା ପ୍ଲାଷ୍ଟିକ୍‌କୁ ଆପଣେଇବା ପାଇଁ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୯୦ ଜଣରୁ ଉର୍ଦ୍ଧ୍ୱ ଯୁବକ ଯୋଗଦେଇଥିଲେ । ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସମ୍ପାଦକ ପ୍ରସନ୍ନଜିତ୍ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ମନୋଜ କୁମାର ନାୟକ ଏବଂ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ନାଉଗାଁ ବ୍ଲକ ସ୍ୱେଛାସେବୀ ନୃସିଂହ ମହାରଣା ଓ ମନସ୍ୱିନୀ ନାୟକ ସହଯୋଗ କରିଥିଲେ । ଶେଷରେ ସଙ୍ଗଠନର ସଦସ୍ୟ କ୍ରିଷ୍ଣାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ