ଓୟୁଜେର ଜିଲ୍ଲା ସାମ୍ବାଦିକ ୟୁନିୟନର ସାଂଗଠନିକ ବୈଠକ

ନାଉଗାଁ: ଓୟୁଜେ ଶାଖା ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ରବିବାର ନାଉଗାଁ ବ୍ଲକସ୍ଥିତ ଡାକବଙ୍ଗଳା ପିରସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ପୂର୍ବତନ ସଭାପତି ନିମାଇଁ ଚରଣ ମହାନ୍ତି, ମୁଖ୍ୟବକ୍ତା ଭାବେ ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ପ୍ରମୋଦ ସାମନ୍ତରାୟ, ସୁଧାଂଶୁ ପାତ୍ର, ନାଉଗାଁ ଥାନାଧିକାରୀ ଗୋବର୍ଦ୍ଧନ ସାହୁ, ଜେଡିୟୁଜେର ସଭାପତି ଶୁଭଙ୍କର ଜେନା, ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ଦାସ, ଜାତୀୟ ସାମ୍ବାଦିକ ସଂଘ ପରିଷଦ ଆର୍ତତ୍ରାଣ ପତି ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନେ ନିର୍ଭିକ ଓ ନିରପେକ୍ଷ ହେବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ୮ଟି ବ୍ଲକରୁ ୬୦ରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବୈଷ୍ଟମ୍ବ ରାଉଳ, ସୁବ୍ରତ ନାୟକ, ମନୋଜ ନାୟକୃ, କୁନା ବାରିକ, ରଶ୍ମିକାନ୍ତ ପାଢୀ, ସର୍ବେଶ୍ୱର ମହାରଣା, ଚିନ୍ମୟ ମୁଦୁଲି, ଗୌରାଙ୍ଗ ଚରଣ ସ୍ୱାଇଁ, ଶିଶିର ନାୟକ, ଉଲ୍ଲାସ ଚନ୍ଦ୍ର ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ