ଭାରତୀୟ ଜବାନଙ୍କ ହାତରେ ନୁଆ ଅସ୍ତ୍ର

ଉତ୍ତରପ୍ରଦେଶରେ ବର୍ତ୍ତମାନ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରାଇଫଲ ଏକେ-୨୦୩ର ନିର୍ମାଣ ହେବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶରେ ଏହି ଫ୍ୟାକ୍ଟ୍ରି ଉଦଘାଟନ କରିଥଲେ । ସେଠାରେ ପ୍ରତିବର୍ଷ ୭୫ହଜାର ଏକେ-୨୦୩ ରାଇଫଲ ନିର୍ମାଣ କରାଯିବ । ଏକେ-୪୭ ରାଇଫଲ ଠାରୁ ଏହା ଉନ୍ନତ ଧରଣର ରାଇଫଲ ।
ନୂତନ ଆସଲ୍ଟ ରାଇଫଲ ଏକେ-୪୭ ଭଳି ଏଥିରେ ଅଟୋମେଟିକ ଓ ସେମି ଅଟୋମେଟିକ ସିଷ୍ଟମ ରହିଛି । ଏଥିରୁ ଟ୍ରିଗର ଦବାଇ ରଖିବା ଦ୍ୱାରା ଆପେ ଆପେ ଗୁଳି ଚାଲିଥାଏ । ଭାରତୀୟ ସେନା ଇନସାସ ରାଇଫଲ ବଦଳରେ ବର୍ତ୍ତମାନ ପ୍ରସ୍ତୁତ ହେବାକୁ ଥିବାକୁ ଥିବା ଆଧୁନିକ ଧରଣର ଏକେ-୨୦୩ ରାଇଫଲ ବ୍ୟବହାର କରିବେ । କୌଣସି ପ୍ରକାର ଆକ୍ରମଣରେ ଯବାନ ଏହାକୁ ବ୍ୟବହାର କରିପାରିବେ । ରାତ୍ରି ସମୟରେ ହେବାକୁ ଥିବା ସୈନ୍ୟ ଅପେରେସନରେ ମଧ୍ୟ ଏହା ଅଧିକ ଉପଯୋଗୀ ।
ଏକେ-୨୦୩ର ବୈଶିଷ୍ଟ୍ୟ
ଋଷ ୧୦ବର୍ଷ ପୂର୍ବରୁ ହିଁ ଏକେ-୪୭ ଅପଡ଼େଟ ଭର୍ସନ ପ୍ରସ୍ତୁତ କରିଥିଲା । ସେତେବେଳେ ଭାରତ ଏବଂ ଋଷ ଦୁଇ ଦେଶ ମଧ୍ୟରେ ଏକେ-୧୦୩ ରାଇଫଲ ଉପରେ କଥାବାର୍ତ୍ତା ହୋଇଥିଲା । ବର୍ତ୍ତମୋନ ଦୁଇ ଦେଶ ମଧ୍ୟରେ ସବୁଠାରୁ ଉନ୍ନତ ଧରଣର ଏକେ-୨୦୩ରାଇଫଲ ନିର୍ମାଣ ଉପରେ ଚୁକ୍ତି ହୋଇଛି ।
ଏକେ -୨୦୩ ରାଇଫଲର ଦୈର୍ଘ୍ୟ ୩.୨୫ ଫୁଟ ।
ଗୁଳି ଭର୍ତ୍ତି ରାଇଫଲର ଓଜନ ୪କେଜି ହୋଇଥାଏ ।
ଏଥରୁ ଗୋଟିଏ ମିନିଟରେ ୬୦୦ଗୁଳି ବାହାରିପାରିବ ।
ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ମିଟର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ