ଦିଲ୍ଲୀ ବିରୋଧୀଦଳ ନେତା ଭାବରେ ନିର୍ବାଚିତ ହେଲେ ରାମବୀର ସିଂ ବିଧୁରୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ରାମବୀର ସିଂ ବିଧୂରୀ । ସୋମବାର ବିଧୂରୀଙ୍କୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକ କରାଯାଇ ସୋମବାର ଦିନ ସର୍ବସମ୍ମତି କ୍ରମେ ବିଧୂରୀଙ୍କୁ ବିରେଧୀ ଦଳର ନେତା ଭାବେ ଚୟନ କରାଯାଇଛି । ବଦରପୁରରୁ ବିଜେପିର ବିଧାୟକ ରହିଥିବା ବିଧୂରୀଙ୍କୁ ସୋମବାର ସକାଳ ୧୦ଟା ସମୟରେ ନିର୍ବାଚିତ କରାଯାଇଛି । ବିଜେପିରେ ଯୋଗ ଦେବା ପୂର୍ବରୁ ଏବିଭିପିର ସଦସ୍ୟ ରହିଥିବା ବିଧୂରୀ ୨୦୧୫ ଦିଲ୍ଲୀ ନିର୍ବାଚନରେ ପରାଜିତ ହୋଇଥିଲେ । ୨୦୧୨ରେ ବିଜେପିରେ ଯୋଗ ଦେଇଥିବା ଗୁଜ୍ଜର ସମ୍ପ୍ରଦାୟର ନେତା ବିଧୂରୀ ୨୦୧୩ରେ ପ୍ରଥମ ଥର ବିଧାନସଭାରେ ପ୍ରବେଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ