ରାଫେଲ ଥିଲେ ଆଉ ଅଲଗା କିଛି ହୋଇଥାନ୍ତା
ଗୁଜରାତର ଜାମନଗର ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏୟାର ଷ୍ଟ୍ରାଇକ ଉପରେ ଉଠାଯାଉଥିବା ପ୍ରଶ୍ନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ପିଏମ କହିଛନ୍ତି ଯେ, ଦେଶର ଲୋକେ ଚାହୁଁଛନ୍ତି ଯେ ଆତଙ୍କବାଦ ସମାପ୍ତ ହେଉ। ସେନା ଏହାକୁ ନେଇ କାର୍ୟ୍ୟାନୁଷ୍ଠାନ କରୁଛନ୍ତି, ମାତ୍ର କିଛି ଲୋକଙ୍କୁ ସେନାର କାର୍ୟ୍ୟା ନୁଷ୍ଠାନ ଉପରେ ଭରସା ନାହିଁ। ଏହି ସମୟରେ ମୋଦୀ ୟୁପିଏ ସରକାର ସମୟରେ ରାଫେଲ ଡିଲକୁ ଥଣ୍ଡା ବସ୍ତାରେ ପକାଇବା ନେଇ କଂଗ୍ରେସ ଉପରେ ହମଲା କରି କହିଛନ୍ତି ଯେ, ଯଦି ଆକାଶ ମାର୍ଗରେ ହମଲା ସମୟରେ ଆମ ପାଖରେ ରାଫେଲ ଥାନ୍ତା ତେବେ ନା ଆମର କୌଣସି ବିମାନ ଖସି ଥାନ୍ତା ନା ଶତ୍ରୁର ବିମାନ ବଞ୍ଚିଥାନ୍ତା। ଏହି ସମୟରେ ମୋଦୀ ପାକିସ୍ତାନ ଉପରେ ମଧ୍ୟ ନିଶାଣ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂରା ଦେଶ ଏଥିରେ ସହମତ ଯେ, ଆତଙ୍କର ସମାପ୍ତ ହେବା ଉଚିତ୍। ଆମ ସମସ୍ତଙ୍କୁ ସଶସ୍ତ୍ର ସେନା ବଳଙ୍କ ଉପରେ ବିଶ୍ଵାସ ହେବା ଉଚିତ୍ ଏବଂ ଆମକୁ ଗର୍ବ କରିବା ଉଚିତ୍। ମାତ୍ର ମୁଁ ବୁଝି ପାରୁନାହିଁ ଯେ, କଣ ପାଇଁ କିଛି ଲୋକ ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି।


