ବଲାଣି ସମିତି ସଭ୍ୟ ଉପନିର୍ବାଚନ , ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଯୋଡ଼ା (ଯୁଗାଦ୍ଦ) : କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ବଲାଣି ଗ୍ରାମପନଚାୟତରେ ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମିତିସଭ୍ୟ ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିିଥିବା ପ୍ରାର୍ଥୀଙ୍କ ନାମ ବିନୋଦ କୁମାର ମହାକୁଡ । ବଲାଣୀ ପନଚାୟତର ସମିତି ସଭ୍ୟ ଦିଲିପ କୁମାର ଆପଟ କୌଣସି କାରଣରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସରକାରଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ଏହାର ଉପନିର୍ବାଚନ ଅନୁଷ୍ଠିତ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବୋଲି ଯୋଡା ବିଡିଓ ଯୋଗେଶ୍ୱର ନାଏକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ