ସୁପ୍ରିୟା କରୁଛନ୍ତି ସର୍ଟ ଫିଲ୍ମ

ଭୁବନେଶ୍ବର : ଓଲିଉଡର ଗ୍ଳାମରସ୍‌ ନାୟିକା ସୁପ୍ରିୟା ଧୀର ପାଣି ପଥର କାଟେ ନୀତିରେ କାମ କରୁଛନ୍ତି । ତାଙ୍କୁ ଦର୍ଶକ ନିୟମିତ ଭାବେ ପରଦାରେ ଦେଖିବାକୁ ପାଉନାହାନ୍ତି । ସେ ୨୦୧୬ରେ ରିଲିଜ୍‌ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍‌ର ଫିଲ୍ମ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ରେ ପ୍ରଥମ ଥର ପାଇଁ ନାୟିକା ବନିଥିଲେ । ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ଭାବେ ସୁପ୍ରିୟା ପରଦାକୁ ଆସିଥିଲେ । ତା’ପରେ ସୁପ୍ରିୟା ୨୦୧୮ରେ ରିଲିଜ୍‌ ହୋଇଥିବା ତାପସ ସରଘରିଆଙ୍କ ନିଦେ୍ର୍ଦଶିତ ଓଡ଼ିଆ ସିନେମା ‘ଓନ୍‌ଲି ପ୍ୟାର୍‌’ ଜରିଆରେ ଓଲିଉଡକୁ ଫେରିଥିଲେ । ଏହି ଓଡ଼ିଆ ସିନେମାରେ ପୁଣିଥରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ସୁପ୍ରିୟା । ଦୁଇଟି ଯାକ ଫିଲ୍ମରେ ସୁପ୍ରିୟାଙ୍କୁ ଦର୍ଶକ ବୋଲ୍‌ଡ ରୋଲରେ ପସନ୍ଦ କରିଥିଲେ । ଏହାପରେ ସୁପ୍ରିୟାଙ୍କୁ ମିଳିଥିଲା ତୃତୀୟ ଓଡ଼ିଆ ସିନେମା ‘ବିଜୁ ବାବୁ’ । ଏଥିରେ ସୁପ୍ରିୟାଙ୍କର ନାୟକ ଥିଲେ ଅନୁଭବ । ଏବେ ସୁପ୍ରିୟା କ’ଣ କରୁଛନ୍ତି ବୋଲି ଦର୍ଶକ ଭାବୁଛନ୍ତି । କାରଣ ତାଙ୍କୁ ଚଳିତ ବର୍ଷ ଏଯାଏଁ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ମିଳିନାହିଁ । ଏବେ ଶୁଣିବାକୁ ମିଳୁଛି ଯେ, ଖୁବ୍‌ଶୀଘ୍ର ସେ ବଡ଼ ପରଦାକୁ ଫେରିବେ । ଖାଲି ସେତିକି ନୁହେଁ, ସେ ସର୍ଟ ଫିଲ୍ମର କାହାଣୀ ଲେଖୁଛନ୍ତି ଏବଂ ତା’ର ନିର୍ଦ୍ଦେଶନା ଦେବେ ସୁପ୍ରିୟା । ତେବେ ଏହା ଓଡ଼ିଆ ଭାଷାରେ ନୁହେଁ, ବରଂ ହିନ୍ଦୀରେ ନିର୍ମିତ ହେବ । ଏସମ୍ପର୍କରେ ଅଧିକ ସୂଚନା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ