ସଡ଼କ ଦୃର୍ଘଟଣାରେ ଯୁବକ ମୃତ
ରମ୍ଭା ଥାନା ଅନ୍ତର୍ଗତ ପାଳୁର ଛକ ରାସ୍ତାରେ ଏକ ସଡ଼କ ଦୃର୍ଘଟଣା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବକ ଜଣକ ଆସିକା ଅଞ୍ଚଳର ଏମ୍.ନରେଶ ରେଡ୍ଡୀ(୧୯) ବୋଲି ଜଣାପଡିଛି। ନରେଶ ପାଲୁର ଛକ ସ୍ଥିତ ଏକ ମୋଟର ଗ୍ୟାରେଜରେ କାମ କରୁଥିଲେ । ସେ ବାଇକ ଧରି ଟେଷ୍ଟିଂ ପାଇଁ ଯାଇଥିବା ବେଳେ ଭାରସ୍ୟାମ ହରାଇ ରାସ୍ତାର ଡିଭାଇଡରକୁ ବାଡେଇ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ଉକ୍ତ ସମୟରେ କୃଷ୍ଣ ପ୍ରସାଦ ବ୍ଲକ ରେ ରିଲିଫ ବଣ୍ଟନ ବେଳେ ସମସ୍ୟା ଦେଖାଦେଉଥିବା ସୂଚନା ପାଇ ସେହି ରାସ୍ତାଦେଇ ଗଂଜାମ ଥାନା ପୁଲିସ ଏବଂ ହୁମ୍ମା ଫାଣ୍ଡି ର ପୁଲିସ କର୍ମଚାରୀ ମାନେ କୃଷ୍ଣ ପ୍ରସାଦ ବ୍ଲକ ଅଭିମୁଖେ ଗସ୍ତ କରୁଥିଲେ।ପାଲୁର ର ରାସ୍ତା ରେ ଦୃର୍ଘଟଣା ରେ ଆହତ ହୋଇଥିବା ଯୁବକଙ୍କୁ ଦେଖିଥିଲେ ।ସଂଗେ ସଂଗେ ପୁଲିସ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୃର୍ଘଟଣା ସ୍ଥଳେ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ ଏବଂ ଅନ୍ୟାନ୍ୟ ପୁଲିସ କର୍ମଚାରୀ ମାନେ ମୃତ ପରିବାରର ସମ୍ପକୀୟଙ୍କୁ ନେଇ ଦୃର୍ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରିଥିଲେ ।


