କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକୋତ୍ସବ

କେନ୍ଦ୍ରାପଡା : ମୁଁ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଠାରୁ ଗାଳି ଖାଉଛି କିଛି ଦୁଃଖ ନାହିଁ କିନ୍ତୁ କଲେଜ ଗୁଡିକର ଶିକ୍ଷା ବ୍ୟବସ୍ଥାର ଚରମ ବିକାଶ ହେଉ ବୋଲି ରାଜ୍ୟର ସର୍ବପୁରାତନ ବୃହତ ବେସରକାରୀ କଲେଜ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁବାର ପୂର୍ବାହ୍ନରେ କଲେଜ ପରିସରରେ ଅନୁଷ୍ଠିତରେ କୃଷି, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ଡଃ.ସାହୁ ଆହୁରି କହିଥିଲେ ଯେ କେନ୍ଦ୍ରାପଡା କଲେଜ ରାଜ୍ୟର ସୁନାମ କ୍ଷାତି ଅର୍ଜ୍ଜନ କରିଥିବା ଏକ ଅଗ୍ରଣୀ କଲେଜ ଯେଉଁଠି ୩୦ରୁ ଉର୍ଦ୍ଧ୍ୱ ଅଧ୍ୟାପକ ପି.ଏଚ.ଡି. ଓ ଡକ୍ଟରେଟ କରିଥିବା ଅଧ୍ୟାପକ, ଅଧ୍ୟାପିକାମାନେ ଅଛନ୍ତି । ଯେଉଁ କଲେଜର ଏକ ଗୈାରବମୟ ଐତିହ୍ୟ ପୂର୍ଣ୍ଣ ଅତୀତ ରହିଛି ଓ ଏହି କଲେଜର ଛାତ୍ରଛାତ୍ରୀ କେବଳ ରାଜ୍ୟ ବା ଦେଶରେ ନୁହେଁ ସାରା ବିଶ୍ୱରେ ପ୍ରତିଷ୍ଠିତ ହୋଇ ଗୈାରବ ବୃଦ୍ଧି କରିଛନ୍ତି ଜିଲ୍ଲାର । ତା’ର ଗାରିମାମୟ ଭବିଷ୍ୟତ ଗଠନ କରିବା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରି ସାହୁ ପରାମର୍ଶ ଦେଇଥିଲେ । କେବଳ ଟେକ୍ସଟ ବୁକ ପଢିଦେଲେ ହେବନି ସମ୍ବାଦପତ୍ର ପଢି ବାହ୍ୟଜ୍ଞାନ ଅର୍ଜ୍ଜନ କରିବା ସହିତ କୃଷିପ୍ରତି ମଧ୍ୟ ରୁଚି ରଖିବା ଉଚିତ ବୋଲି ମନ୍ତ୍ରୀ ସାହୁ ପରାମର୍ଶ ଦେଇଥିଲେ । ସରକାରଙ୍କ ଯୋଜନା ଅନୁଯାଇ ପ୍ରୋକ୍ଟରିଆଲ ଓ ମନିଟରିଂ ସିଷ୍ଟମ ଅନୁଯାଇ ଜଣେ ଅଧ୍ୟାପକ ୨୦ରୁ ୩୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସେମାନଙ୍କୁ ସବୁ କ୍ଷେତ୍ରରେ ପ୍ରଶିକ୍ଷଣ ଦେଇ ପ୍ରସ୍ତୁତ କରିବେ କେବଳ ଚାକିରୀ ପାଇଁ ନୁହେଁ ଛାତ୍ରଟି ନିଜେ ନିଯୁକ୍ତି ପାଇବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ତେବେ ଯାଇଁ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ରାପଡା ହେଉଛି ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମୀ । ଯେଉଁଠି କେନ୍ଦ୍ରାପଡା କଲେଜ ଭଳି ଏକ ଅଗ୍ରଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରହିଛି । ସେହି କଲେଜ ପରିସରର ସୈାନ୍ଧର୍ଯ୍ୟକରଣ ନିମନ୍ତେ ଆବଶ୍ୟକ ଅନୁଦାନ ଯୋଗାଇଦେବାକୁ ଏବଂ ଏହି କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ଆନୁସଙ୍ଗିକ ସାହାଯ୍ୟ ସହଯୋଗ ପାଇଁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ସାହୁଙ୍କୁ ନିନେଦନ କରିଥିଲେ । କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରସଂସଦର ଉପଦେଷ୍ଟା ରାମଚନ୍ଦ୍ର ପାତ୍ର ବାର୍ଷିକ ବୀବରଣୀ ପାଠ କରିଥିଲେ । ଲେପଟନାଂଟ ସୀମା ମହାନ୍ତି ଉତ୍ସବର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ତପନ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଦାସ, ପ୍ରତାପ ଚନ୍ଦ୍ର ଦାସ, ମହେନ୍ଦ୍ର ମିଶ୍ର, ପ୍ରଦୀପ କୁମାର ସାହୁ, ଆଲୋକ ସାହୁ, ମହମ୍ମଦ ସେକ ଇନାୟତ, ସେକ ମତୁ, ଭଜକୃଷ୍ଣ ରାଉତ, ଯଯାତୀ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ