ଡିଜିଏମ୍ଏସ୍ ପକ୍ଷରୁ ଯୋଡାଠାରେ ଖଣି ନିରାପତା ଉପରେ ଦୁଇ ଦିନିଆ କର୍ମଶାଳା
ଯୋଡ଼ା (ଯୁଗାଦ୍ଦ) : ଯୋଡା ଭ୍ୟାଲି କ୍ଲବ ଠାରେ ଡାଇରେକ୍ଟର ଜେନେରାଲ ଅଫ୍ ମାଇନସ୍ ସେଫଟି (ଡିଜିଏମଏସ୍) ଦକ୍ଷିଣ ପୂର୍ବାଚଂଳ ଜୋନ୍ (ଏସ୍ଇଜେଡ୍) ପକ୍ଷରୁ ଖଣି ନିରାପତା ସମ୍ପର୍କରେ ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଜିଏମ୍ଏସ୍ ଦକ୍ଷିଣ ପୂର୍ବାଚଂଳ, ରାଚିଂର ଉପ ମହାନିର୍ଦ୍ଦେଶକ ପ୍ରଭାତ କୁମାର ଯୋଗ ଦେଇ କର୍ମଶାଳାକୁ ଗୁରୁବାର ଦିନ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଖଣି ନିରାପତାର ଅଧିକାରୀଙ୍କ ମଧ୍ୟରେ ପି,କେ ସିଂ, ଏସ୍. କେ. ପେଡେଡା, ଆନନ୍ଦ ଅଗ୍ରୱାଲ୍, ଅଲତାଫ୍ ଏଚ୍ ଅନସାରୀ, ସେଲ୍ ସାଧାରଣ ପରିଚାଳକ ଡି.କେ ବର୍ମନ, ଟାଟାଷ୍ଟିଲ ଓଏମକ୍ୟୁ ବିଭାଗର ସାଧାରଣ ପରିଚାଳକ ଅତୁଲ କୁମାର ଭଟ୍ଟନାଗର ପ୍ରମୁଖ ଯୋଗ ଦେଇଥିଲେ । ଉଦ୍ଘାଟନୀ ଦିବସରେ ଖଣିରେ ଭାରି ଯନ୍ତ୍ରାଂଶର ଉପଯୁକ୍ତ ବ୍ୟବହାର ଓ ଏହାର ପରିଚାଳନା ଏବଂ ଦୁର୍ଘଟଣା ପରିଚାଳନା ସମ୍ପର୍କରେ କର୍ମଶାଳା ରେ ଆଲୋଚନା କରାଯାଇଥିଲା । କର୍ମଶାଳାର ଦ୍ୱିତୀୟ ଦିନରେ ବୈଦ୍ୟୁତିକ ଖଣି ନିରାପତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅତିଥିମାନେ ଖଣିରେ ଭାରି ଯନ୍ତ୍ରାଂଶର ରକ୍ଷଣାବେକ୍ଷଣ ତଥା ଇଲେକ୍ଟ୍ରିକାଲ ସେଫଟି ଉପରେ ବିଶେଷ ଭାବେ ଆଲୋଚନା କରିବା ସହିତ ଖଣିର ନିରାପତା ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଦୁଇଦିନିଆ କର୍ମଶାଳାରେ ବିଭିନ୍ନ ଖଣି କମ୍ପାନୀର ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।