ଟ୍ରାକ୍ଟର ତଳେ ଚାପି ହୋଇ ମାଲିକଙ୍କ ମୃତ୍ୟୁ

ଶେରଗଡ଼(ଦେବୀ ପ୍ରସାଦ ଦାଶ)ଶେରଗଡ଼ ବ୍ଲକ ଧବଳପୁର ଗ୍ରାମ ଶିବ ମନ୍ଦିର ରାସ୍ତାରେ ବୁଧବାର ଅପରାହ୍ନ ୩ଟା ବେଳେ ଟ୍ରାକ୍ଟର ତଳେ ଚାପିହୋଇ ମାଲିକ ଙ୍କ ମୃତ୍ୟୁ ଘଟିଛି।ଚାଳକ ଆହତ ହୋଇଛନ୍ତି।ମାଲିକ ନାଁ ହେଲା ଶିବରାମ ରେଡ୍ଡୀ ବୟସ୩୫ବର୍ଷ ।ଶିବରାମ ନିଜ ଟ୍ରାକ୍ଟର ରେ ବସି ପଥର ବୋଝେଇ କରି ଧବଲପୁର ଗ୍ରାମ ଶିବ ମନ୍ଦିର ରାସ୍ତାରେ ଯାଉଥିଲେ। ଚାଳକ ଟ୍ରାକ୍ଟର ଚଳାଉ ଥିଲେ।ଭାରସମ୍ୟ ହରାଇ ଟ୍ରାକ୍ଟର ଟି ଓଲଟି ପଡି ଥିଲା।ଫଳରେ ଟ୍ରାକ୍ଟର ଚାଳକ ଆହତ ହୋଇଥିବା ବେଳେ ମାଲିକ ଶିବ ରାମ ରେଡ୍ଡୀ ଉପରେ ଟ୍ରାକ୍ଟର ଟି ଲଦି ହୋଇଯାଇଥିଲା।ଫଳରେ ଘଟଣା ସ୍ଥଳରେ ହିଁ ଶିବରାମ ମୃତ୍ୟୁ ହୋଇଥିଲା।ସ୍ତାନୀୟ ଲୋକଙ୍କ ପକ୍ଷରୁ ପୋଲିସ ଓ ଦମକଳ ବାହିନୀ ଖବର ଦିଆଯାଇଥିଲା। ଆହତ ଚାଳକ କୁ ଶେରଗଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା।ଶେରଗଡ଼ ପୋଲିସ ଥାନା କେଶ ନଂ ୧୬/୨୦ ପ୍ରକାରେ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ