୩ଦଫା ଦାବୀରେ ପେନସନଭୋଗୀ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଲ ଓଡିଶା ଇପିଏଫ୍ ପେନସନ ଭୋଗୀ ଗଜପତି ଶାଖା ପକ୍ଷରୁ ତିନି ଦଫା ବିଶିଷ୍ଟ ଦାବୀପତ୍ର ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲାପାଳଙ୍କ ମାଧ୍ୟମରେ ପ୍ରେରଣ କରିଛନ୍ତି । ଗୌରୀଶଙ୍କର ମିଶ୍ରଙ୍କ ଆହ୍ୱାନ କ୍ରମେ ଗଜପତି ଜିଲାର ଆଖପାଖ ଅଞ୍ଚଳରୁ ବିଭିନ୍ନ ଅବସର ପ୍ରାପ୍ତ ପେନସନ ଭୋଗୀ ମାନେ ଯୋଗଦେଇ ଇ.ପି.ଏଫ୍. ଶାଖା ଗଠନ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଇ.ପି.ଏଫ୍. ଆସୋସିଏସନର ରାଜ୍ୟକର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏଥିରେ ଜଗତସିଂପୁର ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଖୋର୍ଦ୍ଧା ଜିଲାର ବରିଷ୍ଠ କର୍ମକର୍ତ୍ତା ବିକ୍ରମ ଛୋଟରାୟ, ବ୍ରହ୍ମପୁରର ଉପସଭାପତି ବାସୁଦେବ ଚୌଧୁରୀ ଯୋଗଦେଇ ସଂଘର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ସେହିପରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ତିଆରି ହୋଇଥିଲା । ମୁଖ୍ୟତଃ ଗଜପତି ଜିଲା ସଂଘର କର୍ମକର୍ତ୍ତାମଧ୍ୟ ବଛାଯିବା ସହ ସଭାପତି ଭାବେ କେ.କ୍ରିଷ୍ଣାରାଓ, ଉପସଭାପତି ଗୌରୀଶଙ୍କର ମିଶ୍ର, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ ପି.ଏନ୍.ପଟ୍ଟନାୟକ, କୋଷାଧ୍ୟକ୍ଷ ମଦନମୋହନ ପାତ୍ର ସର୍ବସମ୍ମତିକ୍ରମେ ମନୋନିତ ହୋଇଥିଲେ ।


