ସିୟୁଟିଏମ୍ରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ନୀବନ୍ଧିକା ଡ.ଅନୀତା ପାତ୍ର, ଅଧ୍ୟକ୍ଷ ଡ. ଏସ୍.ପି.ନନ୍ଦ, ପ୍ରଧ୍ୟାପକ ଡ. ଏସ୍.ଏସ୍. ନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କଲିକତା ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଜର (ଆଇ.ଆଇ.ଏସ୍.ଇ.ଆର୍.) ପ୍ରଧ୍ୟାପକ ଡ. ପ୍ରଦୀପ କୁମାର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ବିଜ୍ଞାନ କ୍ଷେତ୍ରରେ ମହିଳାଙ୍କ ଅବଦାନ ବିଷୟରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରୁ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଶେଷରେ ପ୍ରଧ୍ୟାପକ ସୌରଭ କର୍ମାକର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଭାଗର ଅଧ୍ୟାପକ ଡ. ସତ୍ୟନାରାୟଣ ଧଳ, ଡ.ନାରାୟଣ ଗୌଡ, ଅଧ୍ୟକ୍ଷ ଡ. ଅଶୋକ ମିଶ୍ର ପ୍ରମୁଖ ତତ୍ୱାବଧାନ କରିଥିଲେ ।