ଶହୀଦ ଯବାନ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନ ସହ ବିଦାୟ

ଭଞ୍ଜନଗର ଲଣ୍ଡେଇ ସାହିର ପ୍ରଶାନ୍ତ କୁମାର ଲେଙ୍କା ଅରୁଣାଚଳ ପ୍ରଦେଶ ର ଦୁବ୍ରିଗଡ଼ ଠାରେ ଭାରତୀୟ ସେନାର ଆଇ ଟି ବି ପି ୩୧ ବାଟାଲିଅନ ରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ।ଗତ ୨୬ତାରିଖରେ ପ୍ରଶାନ୍ତ ରାସ୍ତା ଉପରେ ବରଫ ଅତଡ଼ା ଖସିଥିବାରୁ ତାହାକୁ ସଫେଇ କାର୍ଯ୍ୟ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା।ହେଲେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।ଗତ ରାତିରେ କୋଲକାତା ରୁ ତାଙ୍କ ମୃତଦେହ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ରେ ପହଞ୍ଚି ଥିଲା।ସେଠାରୁ ସେନାବାହିନୀ ର ଗାଡ଼ିରେ ମୃତଦେହ ଆଜି ସକାଳେ ଭଞ୍ଜନଗର ଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ନିକଟସ୍ଥ ବେଳେଶ୍ୱର ସ୍ମଶାନ ରେ ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ (ଗାର୍ଡ ଅଫ ହନର) ତୋପ ସଲାମୀ ଦିଆଯାଇଥିଲା।ଏଥିରେ ଆଇ ଟି ବି ପି ର ଏସ.ଆଇ ନିତେନ୍ଦ୍ର ଶର୍ମା, ଏ.ଏସ.ଆଇ ଗଜେନ୍ଦ୍ର ହେମ୍ବ୍ରମ, ହାବିଲଦାର ବିବେକ କୁମାର,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇ ଆଇ ସି ସୁଦୀପ୍ତ କୁମାର ସାହୁଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶହୀଦ ଯବାନ ପ୍ରଶାନ୍ତ ଲେଙ୍କା ଅମର ରହେ ଧ୍ୱନି ସହ ବିଦାୟ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ