ଏବିଇଓଙ୍କୁ ବିଦାୟ କାଳୀନ ଭବ୍ୟ ସମ୍ବର୍ଦ୍ଧନା

ହାଟଡ଼ିହି : ଶିକ୍ଷାଧିକାରୀ କାର୍ଯ୍ୟାଳୟର ଏବିଇଓ ତଥା ଗୋଷ୍ଠୀ ସାଧନକେନ୍ଦ୍ରର ସଂଯୋଜକ ବିନୋଦ କୁମାର ରାଉତଙ୍କୁ ସମଗ୍ର ବ୍ଲକର ଶିକ୍ଷକ, କର୍ମଚାରୀ, ସିଆରସିସିଙ୍କ ପକ୍ଷରୁ ବିଦାୟ କାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସରସ୍ୱତୀ ଶିଶୁମନ୍ଦିର ହାଟଡିହି ପରିସରରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଶିକ୍ଷକ ସମାଜ ଦେଶର ମେରୁଦଣ୍ଡ ସଦୃଷ ଓ ସମାଜର ରକ୍ଷା କବଚ ବୋଲି ମତବ୍ୟକ୍ତ କରିବା ସହିତ ଶିକ୍ଷକମାନେ ନିଷ୍ଠାପର ଭାବରେ ଶିକ୍ଷାଦାନ କଲେ ଦେଶର ବିକାଶ ସମ୍ଭବପର ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଡିପିସି ପୁର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ଭାରତ ହେଉଛି ପୂଜ୍ୟପୂଜାର ଦେଶ, ପ୍ରତିଭାକୁ ସବୁବେଳେ ସମ୍ମାନ ଦେଇ ଆଦର୍ଶ ରାଷ୍ଟ୍ର ଗଠନ କରିବାରେ ବ୍ରତୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ପୁର୍ବତନ ବିଇଓ ଗୁଣନିଧି ଦାଶ, ଆନନ୍ଦପୁର ବିଇଓ ଶରତ ଚନ୍ଦ୍ର ରାଉତ୨, ଏବିଇଓ ସୁରଥ କୁମାର ସାହୁ, ଏବିଇଓ ସୁରେଶ କୁମାର ଜେନା, ଆନନ୍ଦପୁର ଏବିଇଓ ଚତୁର୍ଭୁଜ ପହି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଏବିଇଓ ବିନୋଦ କୁମାର ରାଉତଙ୍କ କର୍ମମୟ ଜିୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏବିଇଓ ଶ୍ରୀଯୁକ୍ତ ରାଉତ ୨୦୧୩ ମସିହାରୁ ହାଟଡିହି ବ୍ଲକର ଏବିଇଓ ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟକରୁଥିବାବେଳେ ଗତ ୨୦୧୭ରେ ତାଙ୍କର ପାଟଣା ବ୍ଲକକୁ ବଦଳି ହୋଇଥିଲା । ପୁନର୍ବାର ୨୦୧୯ରେ ସେ ହାଟଡିହି ବ୍ଲକକୁ ବଦଳି ହୋଇ ଆସି ବିଆରସିସି ଭାବେ କାର୍ଯ୍ୟ କରୁଥିଲେ । ଏହି ଅବସରରେ ବିଇଓଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ, ଶିକ୍ଷକ, ସହକର୍ମୀଙ୍କ ପକ୍ଷରୁ ଶ୍ରୀଯୁକ୍ତ ରାଉତଙ୍କୁ ମାନପତ୍ର, ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକସଂଘ ସଭାପତି ହରମୋହନ ପଣ୍ଡା, ସମ୍ପାଦକ ମିହିର କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ନାରାୟଣ ସାହୁ, ପ୍ରଭାକର ବେହେରା, ବିଷ୍ଣୁ ପ୍ରସାଦ ସାହୁ, ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରା, ପ୍ରଫୁଲ କୁମାର ସାହୁ, ଜିତେନ୍ଦ୍ର କୁମାର ବେହେରା, ଲକ୍ଷ୍ମୀଧର ସେଠୀ, ହାସ୍ୟମୟୀ ରାଜ, ଦିପ୍ତୀ ସୁତାର, କ୍ଷେତ୍ରବାସୀ ମିଶ୍ର, ଦେବାଶିଷ ବାରିକ, ସୁରେନ୍ଦ୍ର କୁମାର ପାତ୍ର, ଶିଶିର କୁମାର କର, ମାଧବାନନ୍ଦ ଜେନା, ନବଘନ ନାୟକ, ଶିଶିର କୁମାର ବିଶ୍ୱାଳ, ନାରାୟଣ ଲେଙ୍କା, ମୋହନ ମହାନ୍ତି, ସୁର୍ଯ୍ୟପ୍ରକାଶ ସେଠୀ, ରାଜୀବ ସାହୁ, ଗଜେନ୍ଦ୍ର ସେଠୀ, ଅନିରୁଦ୍ଧ ସେଠୀ, ରାଜକିଶୋର ସ୍ୱାଇଁ, ଅନିରୁଦ୍ଧ ବିଶ୍ୱାଳ, ପରମାନନ୍ଦ ପରିଡା, କେଶବ କର, ଗୌରାଙ୍ଗ ନାୟକଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ମୃତ୍ୟୁଞ୍ଜୟ ପଲେଇ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ