ରାଇରଙ୍ଗପୁର ରାଜ୍ୟରେ ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପ୍ରଥମ
ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମଗ୍ର ରାଜ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ମିଶନ ତରଫରୁ ହସ୍ପିଟାଲର କାୟାକଳ୍ପ ବିଭିନ୍ନ ବିଭାଗରୁ ମାପଦଣ୍ଡ ଯଥା ସୁସ୍ଥ ପରିବେଶ,ସ୍ବଛତା, ପରିଷ୍କାର,ଖାଦ୍ୟ ସୁଷମ ବଣ୍ଟନ, ବିଭିନ୍ନ ୱାର୍ଡର ରୋଗୀସେବା, ଡାକ୍ତରଖାନାରେ ଥିବା ବିଭିନ୍ନ ଯନ୍ତ୍ରପାତି, ଡାକ୍ତର ଓ ନର୍ସଙ୍କ କାର୍ୟ୍ୟ ଶୈଳୀ ଇତ୍ବାଦିକୁ ନେଇ ଏକ ଅଭିଜ୍ଞ ଚୟନକାରୀଦଳଙ୍କ ଦ୍ବାରା କାୟାକଳ୍ପ ରେ ସମଗ୍ର ରାଜ୍ୟରେ ପ୍ରଥମ ହୋଇ ରାଇରଙ୍ଗପୁରର ଗୌରବ ଦ୍ଵିଗୁଣିତ ହୋଇଛି
। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ,ଅନ।ଯ ଡାକ୍ତର,ଡାକ୍ତରାଣୀ, ହସ୍ପିଟାଲର ସବୁ ବିଭାଗର କର୍ମଚାରୀ,ନର୍ସ,ଅନ୍ୟାନଯ କର୍ମଚାରୀଙ୍କ ଆକ୍ଳାନ୍ତ ପରିଶ୍ରମ,ସମସ୍ତଙ୍କର ଟିମ୍ ସ୍ପିରିଟ ,ରୋଗୀ ସେବା ମନୋବୃତ୍ତି ନେଇ ଆଜି ସାରା ଓଡ଼ିଶାରେ ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପ୍ରଥମ ହୋଇଛି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ଆଜି ଅତି ଆନନ୍ଦରେ ଖୁସି ହୋଇ ତାଙ୍କର ପ୍ରିୟ ମୁଖ୍ୟ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କୁ ପୁଷ୍ପଗୁଛ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।


