ମହିଳା ଫୁଟବଲ ଟିମ୍ ଏସଡିସି ଫୁଟବଲ କପ୍ ଫାଇନାଲକୁ ଉନ୍ନୀତ
ରାଇରଙ୍ଗପୁର -ଚଳିତ ବର୍ଷ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଫୁଟବଲ ଖେଳକୁ ପ୍ରତ୍ସୋହନ ଦେବାପାଇଁ ଯୁବ/ଯୁବାଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ ଏବଂ ଫୁଟବଲ ଖେଳାଳୀ ମଧ୍ୟରେ ସୁପ୍ତ ଥିବା ବଣମଲ୍ଲୀକୁ ଖୋଜି ସେମାନଙ୍କୁ ଉତ।ତମ ତାଲିମ ଦେଇ ସମଗ୍ର ଭାରତରେ ବିଭିନ୍ନ ବଡ଼ ବଡ଼ ଫୁଟବଲ ଟିମ୍ ସହ ଖେଳି ସେମାନଙ୍କ ପ୍ରତିଭା ବିକାଶ ପାଇଁଆୟୋଜନ କରିଛନ୍ତି । ସମଗ୍ର ରାଜ୍ୟରେ ୯ଟି ଆଦିବାସୀ ଜିଲ୍ଲା ଏବଂ ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜକୁ ଦୁଇଟି ଜିଲ୍ଲା କରି ସମୁଦାୟ ୧୦ଟି ଟିମ୍ ଉଭୟ ପୁରୁଷ ଓ ମହିଳା ଟିମ୍ ଗଠନ କରାଯାଇ ଖେଳ ଆୟୋଜନ କରାଯାଇଥିଲା । ଆଜିର ପ୍ରଥମ ସେମିଫାଇନାଲ ଗେଲରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହିଳା ଟିମ୍ ବାରିପଦାର ମହିଳା ଟିମ୍ କୁ ୫+୦ ରେ ହରାଇ ଫାଇନାଲ ଖେଳକୁ ଉନ୍ନିତ ହୋଇଛନ୍ତି । ରାଇରଙ୍ଗପୁର ପୁରୁଷ ଟିମ୍ ସୁନ୍ଦରଗଡ଼ ଟିମ୍ ଠାରୁ ଟ୍ରାଇବେକରେ ୫-୪ ରେ ହାରିଯାଇଛି । ଆସନ୍ତା ମାର୍ଚ୍ଚ ୫ତାରିଖ କଟକ ବାରବାଟି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତ ରେ ଫାଇନାଲ ଖେଳ ହେବ । ରାଇରଙ୍ଗପୁର ମହିଳା ଟିମ୍ ଫାଇନାଲକୁ ଉନ୍ନୀତ ହୋଇଥିବାରୁ ସମଗ୍ର ରାଇରଙ୍ଗପୁର ଓ କରଂଜିଆ ଅଂଚଳରେ ଫୁଟବଲ ପ୍ରେମୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।


