ହାଟଡିହିରେ ଠାକୁର ଅନୁକୁଳଚନ୍ଦ୍ରଙ୍କ ୧୩୨ତମ ଜନ୍ମେତ୍ସବ ପାଳିତ
ହାଟଡ଼ିହି : ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ଯୁଗ ପୁରୁଷୋତ୍ତମ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କର ୧୩୨ତମ ଜନ୍ମ ମହାମହୋତ୍ସବ ସହ ୨୭ତମ ସତସଙ୍ଗ ସମାବେଶ ସତସଙ୍ଗ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ବିନତି ପ୍ରାର୍ଥନା ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ମହାସଙ୍କିର୍ତ୍ତନ ସହ ନଗର ପରିକ୍ରମା ହୋଇଥିଲା । ସନ୍ଧ୍ୟା ୭ଟାରେ ଆନନ୍ଦପୁର ସତସଙ୍ଗ ବିହାରର ସଭାପତି ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସତସଙ୍ଗ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟବକ୍ତା ଭାବେ ବାରିପଦାର ସହପ୍ରତିଋତ୍ତ୍ୱିକ ଅଧ୍ୟାପକ ଅରୁଣ କୁମାର ଦାସ ଯୋଗଦେଇ ଠାକୁରଙ୍କ ଭାବାଦର୍ଶ ଉପରେ ଆଲୋଚନା କରିଥିଲେ । ଏଥିରେ ଭଦ୍ରକ, କେନ୍ଦୁଝର ଜିଲ୍ଲାର ଅନେକ ଋତ୍ତ୍ୱିକ, ଅଧୁର୍ଯ୍ୟୁ, ଯାଜକ ସମେତ ବହୁ ଗୁରୁଭାଇ ଓ ଗୁରୁମା ମାନେ ଯୋଗଦେଇଥିଲେ । ଏହି ଅବସରରେ ୫ଶହରୁ ଉର୍ଦ୍ଧ ଭକ୍ତ ଆନନ୍ଦ ବଜାରଠାରେ ପ୍ରସାଦ ସେବନ କରିବା ସହିତ ଅନେକ ଶ୍ରଦ୍ଧାଳୁ ଶ୍ରୀଶ୍ରୀ ଠାକୁରଙ୍କ ସତମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ହାଟଡିହିର ଋତ୍ତ୍ୱିକ ଭାଗବତ ପାଢ଼ୀ ସଂଯୋନା କରିଥିବାବେଳେ ଅନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


