୨୪ ଘଂଟାରେ ୯ଥର ଅଗ୍ନିକାଣ୍ଡ

ନାଉଗାଁ:ବର୍ତମାନ ବିଜ୍ଞାନ ଯୁଗରେ ମାନବ ମଙ୍ଗଳ ଗ୍ରହରେ ପାଦ ଥାପିଲା ବେଳେ ଭୋତିକତତା ବାଦି ମାନସିକତା ଠାରୁ ଦୁରେଇ ପାରି ନାହିଁ । ଭୌତିକ କାଣ୍ଡ ପାଖରେ ଆଧୁନିକ ବିଜ୍ଞାନ ଆଜି ଅପହଂଚ । ଯାହାକୁ ନେଇ ମାନବ ତନ୍ତ୍ରମନ୍ତ୍ରର ସହାୟତା ଉପରେ ନିର୍ଭର କରୁଛି । ଏମିତି ଏକ ଘଟଣା ଘଟିଛି ନାଉଗାଁ ତହସିଲ ଅଧିନ ତୁହୁଡା ଗ୍ରାମର ଖବର କାଗଜ ବିତରକ ଯୋଗେଶ ନାୟକଙ୍କ ପରିବାରରେ । ତାଙ୍କ ଘରେ ୨୪ ଘଂଟା ମଧ୍ୟରେ ୯ ଥର ନିଆଁ ଲାଗିଥିବା ଜଣାଯାଇଛି । ଯାହା ଭୌତିକକାଣ୍ଡ ବୋଲି ଲୋକେ ସନ୍ଦେହ କରୁଥିବା ବେଳେ ପରିବାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ତାନ୍ତ୍ରିକଙ୍କ ସାହାର୍ଯ୍ୟ ନିଆଯାଇଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ରବିବାର ଅପରାହ୍ନର ଦୁଇଟା ସମୟରେ ଯୋଗେଶ ନାୟକଙ୍କ ବାରିପଟେ ଥିବା ଏକ ଚାଳ ଘରେ ହଠାତ ଗୋଟିଏ କଡରେ ନିଆଁ ଲାଗିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ଉକ୍ତ ନିଆଁକୁ ପାଣି ପକାଇ ଆୟତ କରାଯାଇଥିଲା । ମାତ୍ର କିଛି ସମୟରେ ପରେ ବାସଗୃହର ଗୋଟିଏ ଘର ଧୁଆଁମୟ ହୋଇଯାଇଥିଲା । ଏହାକୁ ଦେଖି ଯୋଗେଶ ଓ ତାଙ୍କ ଭାଇମାନେ ଭୟଭୀତ ହୋଇପଡିଥିଲେ । ଖାଲି ଏତିକିରେ ନିଆଁ ଲଗିବା କମି ନଥିଲା । ଯୋଗେଶଙ୍କ ବଡ ଭାଇଙ୍କ ଘରେ ନିଆଁ ଲାଗି ଖଟ ଉପରେ ପଡିଥିବା ଗଦିରୁ ମଧ୍ୟ ନିଆଁ ବାହାରିଥିଲା । ଉକ୍ତ ଗଦିରେ ଲାଗିଥିବା ନିଆଁ ଯେପରି ପେଟ୍ରୋଲ ବୋହୁଥିବା ବେଳେ ନିଆଁ ଲାଗିଲେ ଯେମିତି ଦେଖାଯାଏ ସେହିପରି ନିଆଁର ଗତିଥିଲା । ଉକ୍ତ ଦିନରେ ଦିନ ଦୁଇଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ୫ଥର ନିଆଁ ଘରେ ଲାଗିଥିଲା । ଫଳରେ ପରିବାର ଲୋକ ସାରାରାତି ଉଜାଗର ରହିଥିଲେ । କିନ୍ତୁ ଆଜି ସକାଳୁ ଏହାର ପ୍ରତିକାର ପାଇଁ ଏକ ଗୁଣିଆକୁ ଡାକିଥିଲେ । ଗୁଣିଆର କହିବା ଅନୁସାରେ ପ୍ରତିକାର ଭାବେ ଗୁଣିଆଙ୍କ ମନ୍ତ୍ର ପାଣିଙ୍କୁ ଘରର ପ୍ରଥମ ମହଲାରୁ ଉପର ମହଲା ସହିତ ଚାଳ ଘର ଓ ଘରର ଚର୍ତୁପାଶ୍ୱରେ ଛିଂଚନ କରିଥିଲେ । କିନ୍ତୁ ମାତ୍ର କିଛି ମୃହୁତ୍ୱ ମଧ୍ୟ ଯୋଗେଶଙ୍କ ବଡ ଭାଇ ଉଲ୍ଲାସ ନାୟକଙ୍କ ଘର ତକିଆରେ ନିଆଁ ଜଳିବା ଆରମ୍ଭ ହୋଇଥିଲା । ଏହାକୁ ଆୟତ କରିବା ସମୟରେ ଘରେ ଲାଗିଥିବା ଟିଭିରେ ନିଆଁ ଲାଗିଥିଲା । ଅନ୍ୟପଟରେ ଯୋଗେଶଙ୍କ ପରିବାରରେ ଅଢେଇ ବର୍ଷ ତଳେ ଘଟିଥିବା ପୁରୁଣା କଥାକୁ ବର୍ତମାନ ମନେ ପକାଇ ଦେଇଛି । ସେ ସମୟରେ ପରିବାର ଜଣେ ସଦସ୍ୟଙ୍କର କିଛି କାରଣ ନଥାଇ ହଠାତ ମୁଛାଗତ ହୋଇପଡିଥିଲେ । ଏଥିପାଇଁ ପରିବାରକୁ ବହୁତ ନାକେଦମ ହେବାକୁ ପଡିଥିଲା । ଏହାର ଚିକିତ୍ସାପାଇଁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ତାନ୍ତ୍ରିକ,ମଠ ଆଦିକୁ ଯାଇ ଲକ୍ଷାଧିକ ଟଙ୍କା ମଧ୍ୟ ପରିବାରଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା । କାଳେ ପୁଣି ସେହ ଘଟଣା ପରିବାରକୁ ଲେଉଟି ଆସିଲା ଭାବି ବର୍ତମାନ ପରିବାର ଭୟରେ ରହିଛିନ୍ତି । ଦୁଇ ଦିନ ହେଲା ପରିବାରରେ ଚୁଲି ଅଜଳା ରହିଛି । ବିଜ୍ଞାନ ଯେତିକି ଆଗଉଛି ଯୋଗେଶଙ୍କ ପରିବାରରେ ହେଉଥିବା ଏହିପରି କାଣ୍ଡ ପାଇଁ ପୁଣି ପଛକୁ ଫେରାଇ ଆଣୁଛି ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ