ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ନିବିଡ଼ ଥିଲା

ଭୁବନେଶ୍ୱର:ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ଥିଲା ନିବିଡ। ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ। ଇଂରେଜ ସରକାରଙ୍କ ବିରୋଧରେ ଲଢିଥିଲେ। କଟକରୁ ସେ ପେଶୱାର(ବର୍ତ୍ତମାନ ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର ବୋଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକ ବାଲିଯାତ୍ରା ପଡିଆରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣକୁ ଉଦ୍‌ବୋଧନ ଦେଇ କହିଛନ୍ତି।ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅବସରରେ ଆଜି ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଓ୍ବାଲର୍‌ଡ କ୍ଲାସ ଇନଷ୍ଟିଚ୍ୟୁଟ୍‌ଭାବେ ଗଢିବା ପାଇଁ କାମ ଆରମ୍ଭ କରାଗଲା। ଏହାଦ୍ୱାରା ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ଏସ୍‌ସିବି ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର । ରାଜ୍ୟ ବାହାରୁ ବହୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ତେଣୁ ଏସ୍‌ସିବିର ଭିତ୍ତିଭୂମିର ବିକାଶ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ଏସ୍‌ସିବିକୁ ୱାଲର୍‌ଡ କ୍ଲାସ ଇନଷ୍ଟିଚ୍ୟୁଟ୍‌ଭାବେ ଉନ୍ନତି କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ବିଶ୍ୱସ୍ତରୀୟ ଚିକିତ୍ସା ସୁଯୋଗ ଯୋଗାଇ ଦେବା ଆମର ଲକ୍ଷ୍ୟ ।ଆପଣଙ୍କ ଆଶୀର୍ବାଦରେ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ଣ୍ଣ କରିଛି । ଆପଣମାନଙ୍କ ଏହି ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ଏହାକୁ ସଫଳ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରୁଛନ୍ତି ବୋଲି ସେ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ