ଚତୁର୍ଥ ଥର ପାଇଁ ପ୍ରିୟଙ୍କାଙ୍କ ଭାଇଙ୍କ ନିର୍ବନ୍ଧ
ଗତ ବର୍ଷ ପ୍ରିୟଙ୍କା ଚୋପ୍ରାଙ୍କ ପରିବାର ସିଦ୍ଧାର୍ଥ ଚୋପ୍ରାଙ୍କ ନିର୍ବନ୍ଧ କରାଇଥିଲେ। ଯାହାର ଫଟୋ ସୋସାଲ ମିଡିଆ ସାରା ଛାଇହୋଇ ଯାଇଥିଲା। ପ୍ରିୟଙ୍କା ମଧ୍ୟ ଲମ୍ବା ଛୁଟି ନେଇ ଭାଇଙ୍କ ବାହାଘର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। କିନ୍ତୁ ଅଚାନକ ଖବର ଆସିଲା ପ୍ରିୟଙ୍କା ହେବାକୁ ଯାଉଥିବା ଭାଉଚ ବାହାଘର ଭାଙ୍ଗି ଦେଇଥିଲେ। ଏବେ ପୁଣିଥରେ ସିଦ୍ଧାର୍ଥ ନିଜ ନୂଆ ମଙ୍ଗେତରଙ୍କ ସହିତ ନଜର ଆସୁଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରେମିକା ଈଶିତା କୁମାରଙ୍କ ସହ ନିର୍ବନ୍ଧ ହେବା ଓ ବିବାହର ସମସ୍ତ ପ୍ରସ୍ତୁତି ହେବା ପରେ ମଧ୍ୟ ସିଦ୍ଧାର୍ଥଙ୍କ ବାହାଘର ଭାଙ୍ଗିବା ପରେ ଅନେକ କଥା ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ପରେ ସିଦ୍ଧାର୍ଥ ପୁଣି ଏକ ନୂଆ ରିଲେସନଶିପ୍କୁ ନେଇ ଚର୍ଚ୍ଚା ହେଉଛି। ଏବେ ପୁଣିଥରେ ସେ ନିଜ ନୂଆ ମଙ୍ଗେତରଙ୍କୁ ସାଙ୍ଗରେ ନେଇ ଏକ ଇଭେଣ୍ଟରେ ସାମିଲ୍ ହୋଇଛନ୍ତି। ଏହି ଫଟୋକୁ ଭାଇରାଲି ଭୟାନୀ ନିଜ ପେଜ୍ରେ ଶେୟାର କରିଛନ୍ତି। ଯେଉଁଥିରେ ସେ ସାଉଥ୍ ଅଭିନେତ୍ରୀ ନୀଲମ ଉପାଧ୍ୟାୟଙ୍କୁ ସିଦ୍ଧାର୍ଥଙ୍କ ଗାର୍ଲଫ୍ରେଣ୍ଡ ବୋଲି କୁହାଯାଇଛି। ସିଦ୍ଧାର୍ଥଙ୍କ ଭାଇ ଓ ନୀଲମଙ୍କ ଡେଟିଂ ଖବର ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବରୁ ଅମ୍ବାନୀଙ୍କ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୪ରେ ସିଦ୍ଧାର୍ଥଙ୍କ ବାହାଘର ଭାଙ୍ଗି ସାରିଛି। କନିକା ମାଥୁରଙ୍କ ସହିତ ସିଦ୍ଧାର୍ଥଙ୍କ ବାହାଘର ହେବାର ଥିଲା। ଉଭୟେ ଗୋଆରେ ଡେଷ୍ଟିନେସନ୍ ୱେଡିଂ କରିବେ ବୋଲି ଯୋଜନା କରିଥିଲେ। କିନ୍ତୁ ଏହା ସମ୍ଭବ ହୋଇପାରି ନ ଥିଲା।


