୧୫ ହଜାର ଟଙ୍କାର ଫୋନର ବିଜ୍ଞାପନ ପାଇଁ ୭ କୋଟି

ମୁମ୍ବାଇ : କେବଳ ହିଟ୍ ଫିଲ୍ମ ଓ ଦମଦାର ଆକ୍ସନ ନୁହେଁ, ବିଜ୍ଞାପନ ଦୁନିଆରେ ମଧ୍ୟ ଅନ୍ୟ ସେଲିବ୍ରିଟିଙ୍କ ଅପେକ୍ଷା ନିଜର ଦବଦବା ଜାହିର କରିଆସୁଛନ୍ତି ବଲିଉଡ଼ ସୁପରଷ୍ଟାର ସଲମାନ ଖାନ । ନାମୀ ବ୍ରାଣ୍ଡ ପାଇଁ ବିଜ୍ଞାପନ କରି ସେ ଅଧିକାଂଶ ସମୟରେ ଚର୍ଚ୍ଚାରେ ଥାନ୍ତି । ଗତ ବୁଧବାର ଚୀନର ଏକ ସ୍ମାର୍ଟଫୋନ କମ୍ପାନୀ ରିଅଲମି ପକ୍ଷରୁ ଅପକମିଂ ରିଅଲମି ୬ ଓ ରିଅଲମି ୬ ପ୍ରୋ ସ୍ମାର୍ଟଫୋନ ପାଇଁ ସଲମାନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଚୟନ କରାଯାଇଛି । ଖାସ୍ କଥା ହେଉଛି, ଏଥିପାଇଁ ସଲ୍ଲୁଙ୍କୁ କମ୍ପାନୀ ପକ୍ଷରୁ ମୋଟା ଅଙ୍କ ଦିଆଯାଇଛି । ଏକ ଖବର ସଂସ୍ଥାର ରିପୋର୍ଟ ଅନୁସାରେ, ଗତ ମାସ ଏହି ସ୍ମାର୍ଟଫୋନର ବିଜ୍ଞାପନ ପାଇଁ ସଲ୍ଲୁ ମୁମ୍ବାଇର ମେହବୁବ ଷ୍ଟୁଡିଓରେ ସୁଟିଂ କରିଥିଲେ । ଏଥିପାଇଁ ଦିନକୁ ସେ ୭ କୋଟି ଟଙ୍କା ନେଇଛନ୍ତି । ଖାସ୍‍ କଥା ହେଉଛି ଯେଉଁ ସ୍ମାର୍ଟଫୋନର ବିଜ୍ଞାପନ ପାଇଁ ସଲ୍ଲୁ ୭ କୋଟି ଟଙ୍କା ନେଇଛନ୍ତି, ତା’ର ମୂଲ୍ୟ ମାତ୍ର ୧୪,୯୯୯ ଟଙ୍କା । ବିଶ୍ୱର ଦ୍ରୁତତମ ବୃଦ୍ଧି ହେଉଥିବା ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲମିର ନୂଆ ମୁହଁ ଭାବେ ବହୁତ ଖୁସି ବୋଲି ସଲମାନ ଏକ ଖବର ସଂସ୍ଥାକୁ ଜଣାଇଛନ୍ତି । ରିଅଲମି ୬ ସିରିଜ ଷ୍ଟାଇଲିଶ, ତେଣୁ ଗ୍ରାହକ ଏହାକୁ ପସନ୍ଦ କରିବେ ବୋଲି ସେ କହିଛନ୍ତି । ସଲମାନଙ୍କ ଲୋକପି୍ରୟତାକୁ ଦୃଷ୍ଟିରେ ରଖି ତାଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଚୟନ କରାଯାଇଛି । ତାଙ୍କ ପାଇଁ କମ୍ପାନୀର ଗ୍ରାହକ ସଂଖ୍ୟା ବଢ଼ିବ ବୋଲି ରିଅଲମି ଇଣ୍ଡିଆର ସିଇଓ ତଥା ଉପାଧ୍ୟକ୍ଷ ମାଧବ ସେଠ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ