ଟିକ୍ଟକ୍ ଭିଡିଓ କରିବା ସମୟରେ ଗୁଳି ଫୁଟାଇଲେ ଯୁବକ
ନୋଇଡା : ଟିକ୍ଟକ୍ରେ ଲୋକପ୍ରିୟତା ପାଇଁ ଲୋକ ମାନେ କିଛିବି କରୁଛନ୍ତି । ନୋଇଡାରେ ଟିକ୍ଟକ୍ କରୁଥିବା ସମୟରେ ଜଣେ ଯୁବକ ଗୁଳି ଫୁଟାଇଛନ୍ତି । ୩୨ ବର୍ଷୀୟ ଏହି ଯୁବକଙ୍କ ନାମ ହେଉଛି ପୁନୀତ ସିସୋଦିଆ । ପୁନିତ ନିଜ ସୋସାଇଟିରେ ଗୁଳି ଫୁଟାଇଥିବା ବେଳେ ଗୁଳିଟି ଜଣେ ପୋଲିସ୍ ଅଫିସରଙ୍କ ଘରକୁ ପ୍ରବେଶ କରିଥିଲା । ନୋଇଡାର ସେକ୍ଟର ୧୩୪ରେ ରହିଥିବା ଜେପି କସ୍ମସ୍ରେ ଏଡି ଗୁଳିକାଣ୍ଡ ଘଟିଥିଲା । ସୋସାଇଟିର ୧୫ ମହଲାରେ ରହୁଥିବା ପୁନିତ ଭିଡିଓ ବନାଇବା ସମୟରେ ଗୁଳି ଚଳାଇଥିଲେ । ଗୁଳିଟି ୧୭ ତମ ମହଲାରେ ରହିଥିବା ଏସିପି ମୟଙ୍କ ବଂଶଲଙ୍କ ଘର ମଧ୍ୟକୁ ଗୁଳି ଯାଇଥିଲା । ମାମଲାକୁ ନେଇ ଅଭିଯୋଗ କରାଯିବା ପରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ତଦନ୍ତ କରାଯାଇଛି ।


