ସର୍ବୋଶିରୋମଣି ମୁନି ସମାଜର ବାର୍ଷିକ ଉତ୍ସବ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍‌) : ଛୟାଳସିଂ ପଞ୍ଚାୟତ ପଳସା ଗ୍ରାମରେ ସର୍ବୋଶିରୋମଣି ମୁନି ସମାଜର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁରେନ୍ଦ୍ର ମୁନିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମହାମନ୍ତ୍ରୀ ଜଗନ୍ନାଥ ମୁନି, ବରିଷ୍ଠ ଯୋଗୀ ଦୁର୍ଗାଶଙ୍କର ମୁନି, ଦିବ୍ୟଶଙ୍କର ମୁନି, ସୁରେନ୍ଦ୍ର ମୁନି, ବିଷ୍ଣୁ ମୋହନ ମୁନି, ଶତୃଘ୍ନ ମୁନି, ଚିନ୍ତାମଣି ମୁନି ପ୍ରମୁଖ ଯୋଗ ଦେଇ ଯୁଗବତାର ସମାଜ ସଂସ୍କାରକ ଆଧ୍ୟାତ୍ମିକ ଜଗତର ମହାନବିପ୍ଳବୀ ଆଜନ୍ମ ସିଦ୍ଧ ସାଧକ ଯୋଗେଶ୍ୱର ମୁନେଶ୍ୱର ସଦ୍‌ଗୁରୁ ଦେବ ଶିବ ମୁନି ମହାରାଜାଙ୍କ ଗାଥା ବର୍ଣ୍ଣନା କରିବା ସହ ତାଙ୍କର ମହତ୍ୱବାଣୀ ସଂପର୍କରେ ଆଲୋକପାତ କରିଥିଲେ । ଶିବ ମୁନିଙ୍କର ଯୌଗିକ ସିଦ୍ଧାନ୍ତ ଶକ୍ତି ସିଦ୍ଧାନ୍ତ ତଥା ଯିବାଅଦ୍ଧତୀୟବାଦ ଉପରେ ମହାମନ୍ତ୍ରୀ ଜଗନ୍ନାଥ ମୁନି ଆଲୋଚନା କରିଥିଲେ । ପ୍ରାରମ୍ଭରେ ମୁନି ସମାଜର ପତାକା ଉତ୍ତୋଳନ କରାଯିବା ସହ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ଜେନା, ଗୋବିନ୍ଦ ନାୟକ, ସନ୍ତୋଷ ନାୟକ, ଗଣେଶ ନାୟକ, ମହେଶ୍ୱର ନାୟକ, ଶଙ୍କର୍ଷଣ ମୁନି ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ