ଏସ୍ସାର ଷ୍ଟିଲ୍କୁ ୪୨୨୯କୋଟିର ପରିଚାଳନା ଲାଭ
ନୂଆଦିଲ୍ଲୀ, (ଏଜେନ୍ସି): ଋଣରେ ବୁଡ଼ି ରହିଥିବା ଏସ୍ସାର ଷ୍ଟିଲ୍କୁ କମ୍ପାନୀ ଋଣ ଶୋଧନ ଅକ୍ଷମତା ସମାଧାନ ଅବଧି (୬୦୦ଦିନରୁ ଅଧିକ)ର ପରିଚାଳନାରେ ଋଣ, କର, ମୂଲ୍ୟ ହ୍ରାସ୍ ଓ ଏମୋଟାଇଜେସନ୍ର ପ୍ରବଧାନକାରୀ ପୂର୍ବରୁ ୪୨୨୯କୋଟି ଟଙ୍କାର ଲାଭ ହୋଇଛି । ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲିୟ ନ୍ୟାୟାଧିକରଣ (ଏନ୍ସିଏଲ୍ଏଟି) ଗତ ସପ୍ତାହରେ ଏକ ଶପଥ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଏହାର ସମାଧାନ ପେଶାଦାର ସୂଚନାରେ କୁହାଯାଇଛି ଯେ ଅଗଷ୍ଟ ୨୦୧୭ରୁ ୨୦୧୯ ମଧ୍ୟରେ ପରିଚାଳନାରୁ ୪ହଜାର କୋଟି ଟଙ୍କାର ଲାଭ ହୋଇଛି । ଏହାବ୍ୟତୀତ ସୂଚନାନୁସାରେ ଚଳିତ ବର୍ଷ ମାର୍ଚ୍ଚରେ ପରିଚାଳନା ଦ୍ୱାରା ୨୨୯କୋଟି ଟଙ୍କାର ଲାଭ ଦାଏର କରାଯାଇଛି । ଅପିଲିୟ ନ୍ୟାୟାଧିକରଣଙ୍କ ନିର୍ଦ୍ଦେଶରେ ଏହି ଶପଥପତ୍ର ଦାଏର କରାଯାଇଛି । ନ୍ୟାୟାଧିକରଣ ୨୦୧୯ ମଇ ୭ରେ ଏସ୍ସାର ଷ୍ଟିଲର ପେଶାଦାରଙ୍କୁ କମ୍ପାନୀର ଋଣ ଶୋଧନ ଅକ୍ଷମତା ସଂହିତା ଅଧିନରେ ପରିଚାଳନା ଲାଭ ସମ୍ବନ୍ଧରେ ସୂଚନା ଦେବାକୁ କୁହାଯାଇଛି । ତେବେ ଶପଥ ପତ୍ରରେ ୨୦୧୯ରୁ ଏଯାବତ୍ର ଆକଳନ ଉପଲବ୍ଧ ନଥିବା କୁହାଯାଇଛି । ରାଷ୍ଟ୍ରିୟ କମ୍ପାନୀ ବିଧି ନ୍ୟାୟାଧିକରଣ (ଏନ୍ସିଏଲ୍ଟି) ଋଣ ଶୋଧନ ଅକ୍ଷମତା ଓ ଦେବାଳିଆ ସଂହିତା ୨୦୧୬ର ଧାରା ୭ ଅଧୀନରେ ଆବେଦନ ସ୍ୱୀକାର ହେବା ପରେ ଏସ୍ସାର ଷ୍ଟିଲ୍ର ସମାଧାନ ପ୍ରକ୍ରିୟା ଅଗଷ୍ଟ ୨, ୨୦୧୭ରେ ଆରମ୍ଭ ହୋଇଥିଲା । ଋଣଦାତାଙ୍କ ସମିତି ଇସ୍ପାତ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ ଆର୍ସେଲର୍ ମିତ୍ତଲଙ୍କ ୪୨୦୦୦କୋଟି ଟଙ୍କାର ଅଧିଗ୍ରହଣ ଯୋଜନା ପକ୍ଷରେ ମତ ଦେଇଥିଲେ । ପରେ ଏନ୍ସିଏଲ୍ଟି ମଧ୍ୟ ସମାଧାନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।