ବିଜୁ ଜୟନ୍ତୀ ପକ୍ଷ ଓ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ବିଜୁ ଜନତା ଦଳ ପକ୍ଷରୁ
ଭବାନୀପାଟଣା : ସହରସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜୟନ୍ତୀ ପକ୍ଷ ଓ ଆନ୍ତର୍ଜାତୀୟ ମହିଳା ଦିବସ ରବିବାର ପାଳନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ମହିଳା ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ବିଜୁଜନତା ଦଳ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇଥିବା ବେଳେ ଜିଲ୍ଲାର ୩ ବିଜେଡ଼ି ବିଧାୟକ ଗୃହ ଓ ଶକ୍ତି ମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ନେତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାରୁ ସୁଜିତ କୁମାରଙ୍କୁ ମୁଖ୍ୟ ମନ୍ତ୍ରୀ ରାଜ୍ୟସଭାକୁ ଚୟନ କରିଥିବାରୁ କର୍ମୀ ଓ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଧନ୍ୟବାଦ ଜଣାଇଥିଲେ ।