ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ

ଭୁବନେଶ୍ୱର, (ବ୍ୟୁରୋ): ରାଜ୍ୟ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କୁ ସହାୟତା ଓ ଆର୍ଥିକ ସହଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ ଆକ୍ସିସ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ସ୍ଥାନୀୟ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୩.୪ କୋଟିରୁ ଅଧିକ ଟଙ୍କାର ସହଯୋଗ ପ୍ରଦାନ କରାଯାଇଛି । ଆକ୍ସିସ ବ୍ୟାଙ୍କର ସଭାପତି ଓ ଶାଖା ବ୍ୟାଙ୍କିଂ ମୁଖ୍ୟ ରବିନାରାୟଣନ ଓଡ଼ିଶାର ମୁଖ୍ୟ ସଚିବ ଆଇଏଏସ୍ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅର୍ଥ ସଚିବ ଅଶୋକ କୁମାର କେ ମିନାଙ୍କୁ ସାକ୍ଷାତ କରି ରାଜ୍ୟରେ ବ୍ୟାଙ୍କ୍ର ରିଲିଫ ପଦକ୍ଷେପ ବିଷୟରେ ଅବଗତ କରିଥିଲେ । କ୍ଷେତ୍ର ଭିତିରେ ରିଲିଫ କାର୍ଯ୍ୟ ପ୍ରତି ସହାୟତା ପ୍ରଦାନ ପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାର ପ୍ରତିନିଧିମାନଙ୍କୁ ଆକ୍ସିସ ବ୍ୟାଙ୍କ ପକ୍ଷରୁ ୨.୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ପୁନଶ୍ଚ, ଆକ୍ସିସ ସହାୟତା ଅଧୀନରେ ରାଜ୍ୟର ସର୍ବାଧିକ ପ୍ରଭାବିତ ହୋଇଥିବା ଆଭ୍ୟନ୍ତରୀଣ ଅଞ୍ଚଳର ରିଲିଫ କାର୍ଯ୍ୟ ପାଇଁ ଅତିରିକ୍ତ ୧ କୋଟି ଟଙ୍କା ଖର୍ଚ କରିବାକୁ ବ୍ୟାଙ୍କ ପ୍ରତିବଦ୍ଧ । ସେହିପରି ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଏହାର ନିରନ୍ତର ଜୀବିକା କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସିଏସ୍ଆର୍ ପଦକ୍ଷେପରେ ୯.୫ କୋଟି ଟଙ୍କା ନିବେଶ କରାଯାଇଛି । ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଉଦ୍ଧାର ଓ ରିଲିଫ କାମରେ ନିୟୋଜିତ ହୋଇଥିବା ଏଜେନ୍ସିଗୁଡ଼ିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଗ୍ରାହକମାନେ ସାମ୍ନା କରୁଥିବା ସମସ୍ୟାକୁ ଦୂରକରିବା ଲକ୍ଷ୍ୟରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଶୁଳ୍କ ବା ଚାର୍ଜ ଉଚ୍ଛେଦ କରାଯାଇଛି । ସେହିଭଳି ଏହାର ବିଭିନ୍ନ ଉତ୍ପାଦ ଓ ସେବାର ପେମେଣ୍ଟ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସୁବିଧାରେ ଟଙ୍କା ପେମେଣ୍ଟ ପାଇଁ ବ୍ୟାଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନରେ ୭ ପିଓଏସ୍ ଓ ୭ ମାଇକ୍ରୋ-ଏଟିଏମ୍ ସ୍ଥାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ