ମୃତ•ଷୀ ବିଶ୍ୱନାଥ ଦଳାଇଙ୍କ ପରିବାରକୁ ଭେଟିଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ସାମୁଦ୍ରିକ ତୋଫାନ ‘ଫନି’ ପ୍ରଭାବରେ ଉଜୁଡ଼ି ଯାଇଥିବା ଧାନ କ୍ଷେତ ଓ ଉଡ଼ିଯାଇଥିବା ଭଙ୍ଗା ଆଜବେଷ୍ଟସ ଘରକୁ ଦେଖି ମାନସିକ ଅବସାଦଗ୍ରସ୍ତ ଭାଗ•ଷୀ ବିଶ୍ୱନାଥ ଦଳାଇ ଗତ ୮ ତାରିଖ ଦିନ ବିଷ ପିଇ ଦୀର୍ଘ ୧୧ ଦିନ ଧରି ଡ଼ାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଶେଷରେ ମୃତ୍ୟୁବରଣ କଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ସମାଜବାଦୀ ପାର୍ଟିର ଏକ ପ୍ରତିନିଧି ଦଳ ଆତ୍ମହତ୍ୟା କରିଥିବା •ଷୀ ପରିବାରକୁ ଭେଟିବା ପାଇଁ ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଉକ୍ତ ଗ୍ରାମକୁ ଗସ୍ତ କରିଥିଲେ । ବିଶ୍ୱନାଥଙ୍କ ବାପା ସର୍ବେଶ୍ୱର ଦଳାଇଙ୍କ ସହିତ ଆଲୋଚନା ପ୍ରସଙ୍ଗରେ ଜାଣିବାକୁ •ହିଁଲେ ଯେ, ମା’ ବଜରଙ୍ଗୀ ମହିଳା ମଣ୍ଡଳଠାରୁ ୧୭ ହଜାର ଟଙ୍କା ଋଣ ଉଠା ଯାଇଥିଲା । ଏହା ବ୍ୟତୀତ ୨ ଏକର ଡ଼ାଳୁଅ ଧାନ •ଷ ପାଇଁ ରୁଆ, ବଛା, ସାର ଓ କୀଟନାଶକ ବାବଦରେ ହାରାହାରି ୬୦/୭୦ ହଜାର ଟଙ୍କା ହାତ ଉଧାରି କରିଥିଲେ । ‘ଫନି’ ମହାବାତ୍ୟାରେ ପାଚିଲା ଧାନକ୍ଷେତ ଉଜୁଡ଼ିଯିବା ଦେଖି କେମିତି ଋଣ ସୁଝିବେ, ତାକୁ ନେଇ ବିଶ୍ୱନାଥ ଭାଙ୍ଗି ପଡ଼ିଥିଲେ । ୮ ତାରିଖ ଦିନ ସକାଳୁ ଗହିରକୁ ଧାନ ଦେଖିବାକୁ ଯାଇ ୧୧ଟା ବେଳେ ଘରକୁ ଫେରି ବିଶ୍ୱନାଥ ବିଷ ପିିଇ ଦେଇଥିଲେ । ତାଙ୍କୁ ତୁରନ୍ତ ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ନ ସୁଧୁରିବାରୁ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଦୀର୍ଘ ୧୧ ଦିନ ଧରି ଚିକିତ୍ସା କରାଯାଉଥିଲା । ଶେଷରେ ୧୯ ତାରିଖ ଦିନ ସେ ଆଖି ବୁଜିଲେ । ‘ଫନି’ ମହାବାତ୍ୟା ପରେ କେବଳ ପୁରୀ ଜିଲ୍ଲା ନୁହେଁ, ରାଜ୍ୟ ୧୪ଟି ଜିଲ୍ଲାର •ଷୀମାନଙ୍କର ଧାନ, ପାନ, ମୀନ, କୁକୁଡ଼ା, ନଡ଼ିଆ, ଆଖୁ•ଷ ଆଦି ଉଜୁଡ଼ି ଯାଇଛି । ସରକାର ୧୬୦୦ କୋଟି ଟଙ୍କାର ସହାୟତା ରାଶି •ଷୀାନଙ୍କ ପାଇଁ ଘୋଷଣା କରିଥିଲେ ହେଁ ଭାଗ•ଷୀମାନେ ଏଥିରୁ ବଞ୍ôଚତ ହେବାର ଆଶଙ୍କା ପ୍ରକାଶ ପାଇଛି । ଭାଗ•ଷୀ ବିଶ୍ୱନାଥ ଏହି ମାନସିକ ଅବସାଦରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଏବଂ ଆଗାମୀ ଦିନରେ ସରକାର ଯଦି •ଷୀମାନଙ୍କର ଋଣ ଛାଡ଼ କରିବା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ ନକରନ୍ତିି, ତାହେଲେ ବହୁ ବିଶ୍ୱନାଥ ଆତ୍ମହତ୍ୟା କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତ ବିଶ୍ୱନାଥଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କାଘର ଯୋଗାଇ ଦେବା ସହିତ ତାଙ୍କର ଅଢେଇ ବର୍ଷର ଏକମାତ୍ର ଶିଶୁପୁତ୍ରର ରକ୍ଷଣାବେକ୍ଷଣ ପାଇଁ ସହାୟତା କରିବାକୁ ରାଜ୍ୟ ସରକାରଙ୍କ ପାଖରେ ସମାଜବାଦୀ ପାର୍ଟି ଦାବୀ କରିଛି । ଏହି ପ୍ରତିନିଧି ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବନେତା ସୁବ୍ରତ ଲେଙ୍କା ପ୍ରମୁଖ ବିଶ୍ୱନାଥଙ୍କ ପରିବାର ସହିତ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ଘଟଣାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି । ‘ଫନି’ ବାତ୍ୟା ପରେ ଏହା ବୋଧହୁଏ ଓଡ଼ିଶାର ପ୍ରଥମ •ଷୀ ଆତ୍ମହତ୍ୟା ଘଟଣା ବୋଲି ଏହି ପ୍ରତିନିଧି ମଣ୍ଡଳୀ ପ୍ରକାଶ କରିଛନ୍ତି ।