ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

ଯାଜପୁର:ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅଂଚଳର ୧୦ ରୁ ଉର୍ଦ୍ଧ ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚ ଯାଜପୁର ୱାରିୟର୍ସ ଦଳ ବାଣପୁରର ମା ବିଣାପାଣି କ୍ରିକେଟ ଟିମକୁ ପରାସ୍ତ କରି ଚାମ୍ପିଆନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସଂଗୀତ ନିର୍ଦ୍ଧେଶକ ସରୋଜ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କତ କରିଥିଲେ ।ପ୍ରଦୀପ ବେହେରା ସ୍ଥାନୀୟ ଅଞ୍ଚଳରେ ଜଣେ କ୍ରିକେଟ ପ୍ରେମୀ ଭାବେ ବେଶ ଜଣା ଶୁଣା ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କରି ସ୍ମୃତି କୁ ମନେ ରଖିବା ପାଇଁ ଚଳିତ ବର୍ଷ ରୁ ଆୟୋଜିତ ହୋଇଛି ଏହି କ୍ରିକେଟ ପ୍ରତିଯୋଗିତା। ଆଖ ପାଖ ଅଞ୍ଚଳ ସହିତ ସୁ ସମ୍ପର୍କ ରଖିବା ଓ ଭାଇଚାରା ବଜାୟ ରଖିବା ପାଇଁ ଏଭଳି କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି ବୋଲି ଆୟୋଜକ ଷ୍ଟାଲିନ ଦାସ ସୂଚନା ଦେଇଛନ୍ତି। ଫାଇନାଲ ମ୍ୟାଚରେ ରଶ୍ମିରଂଜନଙ୍କୁ ମ୍ୟାନ ଅପଂ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ