୭୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି:ମୋହନା ଥାନା ପୋଲିସ ଚଢ଼ାଉ କରି ୭୬ କେଜି ଗଞ୍ଜେଇ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ଗିରଫ ଅଭିଯୁକ୍ତ ଜଣକ ହେଲେ, ଅନ୍ଧାରୀଗୁଡା ଗାଁ ଲମ୍ବୋଧର ଶବର । କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗୋଠକେଳି ଓ ଅନ୍ଧାରୀଗୁଡା ଅଞ୍ଚଳରେ ଚଢ଼ାଉ କରି ୩ ବସ୍ଥା ଗଞ୍ଜେଇ ଜବତ କରିଥିବା ବେଳେ ଜବତ ଗଂଜେଇର ଆନୁମାନିକ ମୁଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ସମ୍ପୃକ୍ତ ବ୍ୟକ୍ତି ଜଣକ ଗଞ୍ଜେଇ ନେଇ ଗଂଜାମ ଜିଲ୍ଲା ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ