ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବୈଠକରେ ଆସିପାରେ କିଛି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଏବେ ଆଇପିଏଲ୍‌ରେ ଲାଗିଛି ଗ୍ରହଣ । ଆଜି ମୁମ୍ବାଇଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗଭର୍ଣ୍ଣିଂ କାଉନ୍‌ସିଲିଂ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କରୋନା ଭାଇରସ୍‌ ଯୋଗୁଁ ଚଳିତ ସିଜିନ୍‌ରେ କିଛି ବଡ ଧରଣର ବଦଳ କରିବା ନେଇ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଆଇପିଏଲ୍‌ର ଅଧିକାରୀଙ୍କ ବ୍ୟତୀତ ସମସ୍ତ ଆଠଟି ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ଏହି ବୈଠକରେ ସୌରଭ ଗାଙ୍ଗୁଲିଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ ଓ କେକେଆର ମାଲିକ ଶାହରୁଖ ଖାନ୍‌ ମଧ୍ୟ ଉପସ୍ଥିତ ରହିଛନ୍ତି ।
ସୂଚନାଯୋଗ୍ୟ, ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ମିଟିଂ ପୂର୍ବରୁ ଚଳିତ ଆଇପିଏଲ୍‌ ସିଜିନ୍‌ର ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି । କରୋନା ଯୋଗୁଁ ଆଇପିଏଲ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଆଇପିଏଲ୍‌ର ନୂଆ ସିଜିନ୍‌ ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ ଗତକାଲି ଏହାକୁ ଏପ୍ରିଲ୍‌ ୧୫ରୁ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି । କରୋନା ଭାଇରସ୍‌ ଯୋଗୁଁ ଚଳିତ ଆଇପିଏଲ୍‌ ସିଜିନ୍‌କୁ ରଦ୍ଦ କରିବା ନେଇ ବିସିସିଆଇ ଉପରେ ଚାପ ରହିଥିବା ଜଣାଯାଇଛି । ନିକଟରେ ଦିଲ୍ଲୀ ସରକାର ଓ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁଁ ବିସିସିଆଇର ମୁସ୍କିଲ୍‌ ବଢିବାରେ ଲାଗିଛି ।
ମହାରାଷ୍ଟ୍ର ସରକାର ରାଜ୍ୟରେ ଆଇପିଏଲ୍‌ ଟିକେ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ଦିଲ୍ଲୀ ସରକାର ରାଜ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଉପରେ ରୋକ୍‌ ଲାଗିଛନ୍ତି । ଏତଦ୍‌ବ୍ୟତୀତ ବିଦେଶୀ ଖେଳାଳୀଙ୍କ ଭିସାକୁ ନେଇ ଏହି ବୈଠକରେ ଚର୍ଚ୍ଚା ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ