ଇଟାଲୀରେ କରୋନା ଆତଙ୍କ : ୨୪ ଘଣ୍ଟାରେ ୨୫୦ଙ୍କ ଗଲା ଜୀବନ

ଇଟାଲୀ :ଚୀନ ପରେ ଇଟାଲୀରେ କରୋନା ଭାଇରସ ବ୍ୟାପକ ରୂପ ନେଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏଥି ସହ ଇଟାଲୀରେ କରୋନାରେ ମୃତ୍ୟୁ ସଂଖ୍ୟା ୧୨୬୬ରେ ପହଞ୍ଚିଛି । ମୋଟ ୧୭ ହଜାର ୬୬୦ ଲୋକ ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଇଟାଲୀରେ କରୋନା ଭାଇରସ ଭୟଙ୍କର ରୂପ ନେଇଛି । ଭାରତର କିଛି ଲୋକ ଇଟାଲୀରେ ଫସିଛନ୍ତି । ଇଟାଲୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ପାଇଁ ଯୋଜନା ଚାଲିଛି । ଭାରତର ଏକ ମେଡିକାଲ ଟିମ୍‌ ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି । ଭାରତର ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ବହୁତ ଶୀଘ୍ର ସନ୍ଦିଗ୍ଧଙ୍କ ଯାଞ୍ଚ କରାଯାଉଛି । ଇଟାଲୀର ସରକାରୀ ତଥ୍ୟ ଅନୁସାରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଭାରତୀୟ ସେଠାରେ ରହୁଛନ୍ତି । ସେଠାରେ ଫସି ରହିଥିବା ଛାତ୍ର ଏବଂ ଲୋକଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ କରାଯାଉଛି ବୋଲି ଭାରତୀୟ ଦୂତାବସା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ