ସୁଦକ୍ଷ ଓ ସମର୍ପିତ ସାମ୍ବାଦିକଙ୍କୁ ସମ୍ମାନ
ଖୋର୍ଦ୍ଧା, : ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି, ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବା ସହ ଏ କ୍ଷେତ୍ରକୁ ପାଦ ବଢାଉଥିବା ଆଗାମୀ ପିଢିଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅଭିନବ ପ୍ରୟାସ କରାଯାଇଛି । ଖୋର୍ଦ୍ଧାଠାରେ ଆୟୋଜିତ ଏ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଗ୍ରୀନ୍ଚିଲ୍ଲୀର ନିର୍ଦ୍ଦେଶକ ତେଜେଶ୍ୱର ରାଓ, ସମ୍ପାଦକ ପ୍ରଣୟ ଜେଠୀ, ଫ୍ୟାଶନ ଡ଼ିଜାଇନର ହନି ପ୍ରମୁଖ ଯୋଗଦେଇ ଉପସ୍ଥିତ ସାମ୍ବାଦିକ ଓ ସାମ୍ବାଦିକଙ୍କ ନାମ ସୁପାରିଶ କରୁଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ସହରରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସଂସ୍ଥା ପକ୍ଷରୁ ଆହ୍ୱାନ ଦିଆଯାଇଛି । ସମ୍ପ୍ରତି ଉଭୟ ଛାପା ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାମ୍ବାଦିକତା ସେବାରେ ନିୟୋଜିତ ଥିବା ସମ୍ବାଦିକ ବନ୍ଧୁମାନଙ୍କଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରକାଶିତ ଓ ପ୍ରସାରିତ ଶ୍ରେଷ୍ଠ ସମ୍ବାଦ ଗୁଡ଼ିକ ଆହ୍ୱାନ କରାଯାଇଛି । ସାମ୍ବାଦିକ କ୍ଷେତ୍ର ପ୍ରାନ୍ତୀୟ ତଥା ଜାତୀୟସ୍ତରରେ ଯେଉଁମାନଙ୍କର ଆଖିଦୃଶିଆ ଅବଦାନ ରହିଛି ସେମାନଙ୍କ ନାମ ଜନତା ସର୍ବସାଧାରଣ ହିଁ ସୁପାରିସ କରିବେ । ପ୍ରତ୍ୟେକ ପର୍ଯ୍ୟାୟରେ ଶ୍ରେଷ୍ଠ ୩ ଜଣ ସାମ୍ବାଦିକଙ୍କୁ ବିଭାଗରେ ସମ୍ମାନିତ କରାଯିବ । ପୁରସ୍କାର ବାବଦକୁ କିଛି ଅର୍ଥରାଶିର ବ୍ୟବସ୍ଥା ମଧ୍ୟ ରହିଛି ।