ଅଭୟା ସଂସ୍କୃତ ବିଦ୍ୟାଳୟ ପୁରାତନ ଛାତ୍ରସଂସଦର ବନ୍ଧୁମିଳନ

କେନ୍ଦ୍ରାପଡା : ପୈାରାଚଂଳ ଅନ୍ତର୍ଗତ ଅଭୟା ସଂସ୍କୃତ ବିଦ୍ୟାଳୟ ପୁରାତନ ଛାତ୍ରସଂସଦର ଏକ ବନ୍ଧୁ ମିଳନ ଉତ୍ସବ ସଂସଦର ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ରବିବାର ପୂର୍ବାହ୍ନରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗତ ୨୦୧୮ମସିହାରେ ଅନୁଷ୍ଠିତ ଅଭୟା ସଂସ୍କୃତ ବିଦ୍ୟାଳୟ ଶତବାର୍ଷିକ ଉତ୍ସବର ବଳକା ଅର୍ଥ ସମ୍ପର୍କରେ ଆଲୋଚନା କରାଯାଇ ସେଥିରୁ ୪୦ହଜାର ଟଙ୍କା ଶ୍ରୀବଳଦେବଜୀଉଙ୍କ ଦୈନିକ ନୀତି ନିମନ୍ତେ,୨୦ହଜାର ଟଙ୍କାରେ ଅଭୟା ଠାକୁରାଣୀଙ୍କ ପାଇଁ ଏକ ରୈାପ୍ୟହାର ଓ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୫ହଜାର ଟଙ୍କା ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ କୈଳାସ ଚନ୍ଦ୍ର ଦାଶ, ନାରାୟଣ ପତି, ତ୍ରିଲୋଚନ ମିଶ୍ର, ହରେକୃଷ୍ଣ ପତି, ମୁରଲୀଧର ଷଡଙ୍ଗୀ, ଅବଧୂତ ରାଉତ, ସୁବାଷ ଚନ୍ଦ୍ର ପାଣି, କ୍ଷୀରୋଦ ଚନ୍ଦ୍ର ମିଶ୍ର, ହରିପ୍ରିୟା ଦାଶ, ମାଧବ ଚନ୍ଦ୍ର ପତ୍ରୀ, ସତ୍ୟନାରାୟଣ ପତି, ନୃସିଂହ ଚରଣ ପତି, ନିରଞ୍ଜନ ସୂଆର, ଜଗବନ୍ଧୁ ସାହୁ, ପୂର୍ଣ୍ଣଚନ୍ଦ୍ର ପତି, ରମାକାନ୍ତ ପଣ୍ଡା, ପ୍ରଭାକର ମହାରଣା, ବାସୁଦେବ ପତି, ମହେଶ୍ୱର ପାଣି, କୃଷ୍ଣାନନ୍ଦ ପଣ୍ଡା ପ୍ରମୁଖ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ