ଗଜପତି:ପାରଳାରେ ବଜେପି,ମୋହନାରେ କଂଗ୍ରେସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରଶାଦ ପଣ୍ଡା)- ଗଜପତି ଜିଲାର ଉଭୟ ପାରଳାଖେମୁଣ୍ଡି ଓ ମୋହନା ଆସନର ଫଳାଫଳ ଜାଣିବା ପାଇଁ ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ ଗଜପତି ଜିଲ୍ଲାବାସୀ । ତେବେ ଉଭୟ ଆସନରେ ଗଣତି ଓଲଟପାଲଟ ହୋଇଯାଇଛି । ପାରଳାରେ କଂଗ୍ରେସ ହାତରୁ ବିଜେପି ଆସନ ଛଡାଇ ନେଇଥିବା ବେଳେ ମୋହନାରୁ ବିଜେଡି ହାତରେ ଥିବା ଆସନ କଂଗ୍ରେସ ଅକ୍ତିଆର କରିଛି । ଗଜପତି ଜିଲ୍ଲାରେ ରାଜନୈତିକ ଲାଭକ୍ଷତି ହିସାବ ଦେଖିଲେ କଂଗ୍ରେସ ସମାନ ସ୍ଥିତିରେ ଥିବା ବେଳେ ବିଜେଡି କ୍ଷତିଗ୍ରସ୍ତ ହୋଇଛି ଓ ବିଜେପି ଫାଇଦାରେ ରହିଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଏବଂ ବ୍ରହ୍ମପୁର ଲୋକସଭା (ଅଂଶ) ପାଇଁ ଭୋଟ ଗଣତି କରାଯାଇଛି । ପାରଳାଖେମୁଣ୍ଡି ବିଧାନସଭା ଅସନରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀ ଡ.ତିରୁପତି ପାଣିଗ୍ରାହୀଙ୍କ ଠାରୁ ୧୫ହଜାରରୁ ଉର୍ଦ୍ଦ ଭୋଟରେ ବିଜୟ ହାସଲ କରିଛନ୍ତି । ସେହିପରି ମୋହନା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ପ୍ରାର୍ଥୀ ପୁର୍ଣ୍ଣବାସୀ ନାୟକଙ୍କ ଠାରୁ ପ୍ରାୟ ୨,୫୦୦ରୁ ଉର୍ଦ୍ଧ ଭୋଟରେ ବିଜୟ ହାସଲ କରିଛନ୍ତି । ପାରଳାଖେମୁଣ୍ଡି ଆସନରୁ ବିଜେଡି ଟିକେଟରୁ ବଞ୍ଚିତ ହେବାପରେ ନାରାୟଣ ରାଓ ବିଜେପିରୁ ଟିକେଟ ପାଇ ପ୍ରାର୍ଥୀ ହୋଇଥିଲେ । ନାରାୟଣଙ୍କ ସହ ସମସ୍ତ ନିର୍ବାଚିତ ପ୍ରତିନିଧି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେଡି ଏଠାରେ ରାଜଜେମା କଲ୍ୟାଣୀଦେବୀଙ୍କୁ ପ୍ରାର୍ଥୀ କରିଥିଲା । ସେ ରାଜନିତୀରେ ସମ୍ପୂର୍ଣ୍ଣ ନୂଆ । ଏହି ଆସନ କଂଗ୍ରେସର ଗଡ ହୋଇଥିଲେ ମଧ୍ୟ ଏଠାରେ ବିଦ୍ରୋହୀ ପ୍ରାର୍ଥୀ ହିଁ କଂଗ୍ରେସକୁ ପରାଜୟ ମୁହାଁ କରିଛି । ଏଠାରୁ କଂଗ୍ରେସ କେ.ସୂରିୟା ରାଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ପ୍ରଥମରୁ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିବା ଡ.ତିରୁପତି ପାଣିଗ୍ରାହୀ ଟିକେଟ ନ ପାଇ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ଫଳରେ କଂଗ୍ରେସ ଭୋଟ ବିଭାଜିତ ହୋଇଥିଲା । ତେଣୁ ବିଜେପିକୁ ଏଠାରେ ସହଜ ହୋଇଥିବା କୁହାଯାଉଛି । ସେହିପରି ମୋହନା ଆସନରୁ ବିଜେପି ପ୍ରସାନ୍ତ ମଲିକଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଗୋଟିଏ ଗୋଷ୍ଠି ତାଙ୍କ ପ୍ରାର୍ଥୀତ୍ୱକୁ ଚାହୁଁନଥିବାରୁ ସେ ନିର୍ବାଚନରେ ସଫଳତା ପାଇବା ସକ୍ଷମ ହୋଇନଥିବା କୁହାଯାଇଛି । ସେହିପରି ବିଜେଡି ବାସନ୍ତୀ ମଲିକଙ୍କ ସ୍ଥାନରେ ପୂର୍ଣ୍ଣବାସୀଙ୍କୁ ପ୍ରାର୍ଥୀ କରିଥିଲା । ଗତ ଥର ଅଳ୍ପ ଭୋଟରେ ପରାସ୍ତ ହୋଇଥିବା କଂଗ୍ରେସର ଦାଶରଥୀ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା । ତେଣୁ କଂଗ୍ରସ ଆଗୁଆ ରହିବାରେ ସମର୍ଥ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ