ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ୪ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ବର : ଓଡିଶାର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବୁଧବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ବିଜୁ ଜନତା ଦଳର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ ୪ ବିଜେଡି ପ୍ରାର୍ଥୀ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ, ସୁଜିତ୍ କୁମାର ଏବଂ ସୁବାସ ଚନ୍ଦ୍ର ସିଂଙ୍କୁ ନିର୍ବାଚିତ ବୋଲି ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍ ୨, ୨୦୨୦ରେ ୪ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ବିଜେଡି ପକ୍ଷରୁ ଏହି ଚାରି ଜଣଙ୍କୁ ମନୋନୀତ କରାଯାଇଥିଲା ।


